ମାଟିଲଗ୍ନା ବିଗ୍ରହ ପ୍ରତିଷ୍ଠା ମହୋତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଚକରକେନ୍ ସ୍ଥିତ ବାନପ୍ରସ୍ତ ମାତୃଛାୟା ଆଶ୍ରମରେ ମା’ ମାଟିଲଗ୍ନାଙ୍କ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସଭାପତି କିଶୋର ପ୍ରଧାନ ମୁଖ୍ୟ ଅତିଥି ତଥା ବିଗ୍ରହ ପ୍ରତିଷ୍ଠାରେ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ । ମାଟିଲଗ୍ନାଙ୍କୁ ରୂପ ଦେଇଥିବା ମା’ ନୁରାବତୀ ସାହୁ ବିଗ୍ରହ ତିଆରି ତଥା ପ୍ରତିଷ୍ଠାର ସମସ୍ତ ସହଯୋଗ ରାଶି ବହନ କରିଥିଲେ । ଏଥିରେ ବରେଣ୍ୟ ଅତିଥି ଭାବେ ବରଗଡ ଧନୁଯାତ୍ରାର କଂସ ଭୂବନ ପ୍ରଧାନ ଓ ରାଜ୍ୟ କଳାକାର ସଂଘର ସଂପାଦକ ଚୈତନ୍ୟ ପାଇକ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ତଥା ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ଓ ସମ୍ମାନୀତ ଅତିଥି ଭାବେ ହିମାଂଶୁ ଶେଖର ପାଢ଼ୀ, ନିତ୍ୟାନନ୍ଦ ଖମାରୀ, ଜିଲ୍ଲା ସଭାପତି ଡୋଲାମଣି ଶତପଥୀ ଯୋଗ ଦେଇଥିଲେ । ଏହି ଅବସରରେ ୨୨ ଜଣ କବି କବୟିତ୍ରୀ ମାନଙ୍କୁ ଓ ଜିଲ୍ଲାର ୫ ଜଣ ଛାତ୍ରଙ୍କୁ ମେଧା ସମ୍ମାନ ତଥା ବଳରାମ ତ୍ରିପାଠୀ ଓ ନବୀନ ଦାସ, ଆକାଶ ମିଶ୍ର ଆଦି ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ୭ଟି ଜିଲ୍ଲାର କବି କବୟିତ୍ରୀ ମାନେ ଏଥିରେ ଯୋଗ ଦେଇଥିଲେ । ଦୈତାରି ବିଶ୍ଵାଳ ସଂଯୋଜନା କରିଥିଲେ । ମାତୃଛାୟାର ଲବଙ୍ଗ ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସତ୍ୟବତୀ ଜେନା, ଅନୁସୂୟା ଦେବତା, ନିରୁପମା ଶତପଥୀ, ପଦ୍ମିନୀ ମହାନ୍ତି, ସୁବର୍ଣ୍ଣ ପଣ୍ଡା, ବଟକୃଷ୍ଣ ସାହୁ ଏବଂ ମାତୃଛାୟା ଆଶ୍ରମର ସମସ୍ତ କର୍ମକର୍ତ୍ତା ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.