oom

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଶପଥ ସେବା ସଂସ୍ଥା ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ଦିବସକୁ ମନେରଖିବା ଅବସରରେ ରେମଣ୍ଡା ସେବା ଶପଥ ସଂସ୍ଥା ଓ ଓଡ଼ିଶା ମୋ ପରିବାରର ଜୀବନ ବିନ୍ଦୁର ମିଳିତ ଆନୁକୁଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୬୩ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଏହି ଶିବିରରେ ରେମଣ୍ଡା ସେବା ସଂସ୍ଥାର ସଭାପତି ଶୁଶିଲ କୁମାର ଭୂଏ ସଭାପତିତ୍ୱ କରିଥିଲେ । ସେବା ସଂସ୍ଥା ସଂପାଦକ ପ୍ରଭଂଜନ ଶତପଥୀ ବାର୍ଷିକ ବିବରଣୀ ପାଠ କରିବା ସହ ଶପଥ ସେବା ସଂସ୍ଥା ଗଢି ତୋଳିବାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଗିଂନୀ ଛୁରିଆ ଯୋଗ ଦେଇଥିଲେ । ଏହି ଶିବିରରେ ସମ୍ମାନୀତ ଅତିଥି ଭାବେ ଓଡିଶା ମୋ ପରିବାର ବରଗଡ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର, ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଯୋଗଦାନ କରି ରକ୍ତଦାତା ମାନକୁଂ ଉତ୍ସାହିତ କରିଥିଲେ । ଏଥିରେ ରେମଣ୍ଡା ପୁର୍ବତନ ସରପଞ୍ଚ ଏକାଦଶୀଆ ହଟେଇ, ଶୁକଦେବ ଶତପଥୀ, ଦୀପକ ଭୋଇ, ମୋହନ ଦୋରା, ଯଦୁମଣି ପ୍ରଧାନ, ଅବିନାଶ ଭୋଇ, ଦିନେଶ ପ୍ରଧାନ, ଅଙ୍କୁର ପ୍ରଧାନ, ନିରଞ୍ଜନ ଖମାରୀ, ବଲରାମ ବାଗ, ଯୋଗେଶ୍ଵର ଜେନା, ହୃଷୀକେଶ ଭୋଇ, ଲକି ମେହେର, ତନ୍ମୟ ସେଠ୍, ଯୁଗାନଂଦ ବାରିକ, ବିଶ୍ଵଜିତ କର, ବିରୋଜ ସାହୁ, ପ୍ରୋତ୍ସାହନ ଶତପଥୀ, ରମେଶ ପ୍ରଧାନ, ଚିନଙ୍କୁ ଭୋଇ ଓ କନିଷ୍କ ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲାର ରକ୍ତ ଭଣ୍ଡାର ଡାକ୍ତର ତରଣୀସେନ ସେଠୀ, ବିଶ୍ଵନାଥ ପଟେଲ, କରୁଣା କର ସାହୁ, ପାଏନୁ ଭୋଇ, ଗଣେଶ ପ୍ରଧାନ, ସଂଜୀବ ବେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ପରିଶେଷରେ ପ୍ରତାପ କୁମାର ବହିଦାର ରକ୍ତଦାନ ଶିବିରକୁ ଆସିଥିବା ଅତିଥି, ରକ୍ତଦାତା, ପରିଚାଳନାରେ ସହଯୋଗ କରିଥିବା ଓ ସେବା ସଂସଦକୁ ଧନ୍ୟବାଦ ଜଣାଇ ଥିଲେ ।

jittmm
Leave A Reply

Your email address will not be published.