୭୫ତମ ସ୍ୱାଧୀନତା ଦିବସ ଅବସରରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ

ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜ, ସମ୍ବଲପୁର ଠାରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଏକ ଦେଶାତ୍ମବୋଧ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ, ମୁଖ୍ୟ ବକ୍ତା ଓଡ଼ିଆ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଲଷ୍ମୀ ନାରାୟଣ ପାଣିଗ୍ରାହୀ, ସମ୍ମାନନୀୟ ଅତିଥି ରେଙ୍ଗାଲି ବିଧାୟକ ନାଉରି ନାୟକ, ଏହି କାର୍ଯ୍ୟକ୍ରମର ସଭାପତି ବିଶିଷ୍ଟ କବି ବିନୋଦ ପଶାୟତ, ବିଜେପି ଜ଼ିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ଓ ବିଜେପି କୃଷକ ମୋର୍ଚ୍ଚା ଜ଼ିଲ୍ଲା ସଭାପତି ସମୀର ରଂଜନ ବାବୁ ମଞ୍ଚାସୀନ ଥିଲେ । ଏହି କବିତା ପାଠୋତ୍ସବରେ ଷୋହଲ ଜଣ ପ୍ରତିଷ୍ଠିତ କବି ଓ କବିୟତ୍ରୀ ଅଂଶଗ୍ରହଣ କରି ନିଜସ୍ୱ କବିତା ପାଠ କରିଥିଲେ । ଏହି ସଭାକୁ ବିଜେପି ଜିଲ୍ଲା ପ୍ରବକ୍ତା ଅରବିନ୍ଦ ନାୟକ ପରିଚାଳନା କରିଥିଲେ । ପ୍ରଦ୍ୟୋତ ପଟ୍ଟନାୟକ, ଶାଶ୍ୱତ ପଣ୍ଡା, ପ୍ରଭୁଦତ୍ତ ପଣ୍ଡା, ଅମରେଶ ବେହେରା, ଆଶିଷ ବାବୁ, ସଂଜୀବ ଖଣ୍‌ଡେଲୱାଲ, ସୁବ୍ରତ ପାଣିଗ୍ରାହୀ, ସମୀର ହୋତା, ଅରୁଣ ଦାସ, ଚନ୍ଦ୍ର ଶେଖର ନାୟକ ସହଯୋଗ କରିଥିବା ବେଳେ ସପନ ମିଶ୍ର ମାର୍ଗଦର୍ଶନ ଦେଇଥିଲେ ।

jittmm
Leave A Reply

Your email address will not be published.