csstore

ସମ୍ବାଦ ସାହିତ୍ୟ ଘରର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ କୋଭିଡ ଗାଇଡ୍‌ ଲାଇନ୍‌ କଟକଣାକୁ ଆଖି ଆଗରେ ରଖି ବୃକ୍ଷ ରୋପଣ କରାଯାଇଥିଲା । ଅନୁଷ୍ଠାନର ସଭାପତି ଡ.ମାନଭଞ୍ଜନ ପ୍ରଧାନ, ସଂପାଦକ ଅଶୋକ ବହିଦାର, ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେଶ ଖମାରୀ ବୃକ୍ଷ ରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଲୋକ ସଂପର୍କ ଓ ସୂଚନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋରଞ୍ଜନ ସିଂ ବରିହା, ଅବସର ପ୍ରାପ୍ତ ଶିକ୍ଷକ କାର୍ତ୍ତିକ ଦାଶ, ଗଂଗାଧର ମହାନ୍ତି, ସମାଜସେବୀ ନିରୋଜ ଦୋରା, ସମ୍ବାଦ ପ୍ରତିନିଧି ରତ୍ନମଣି ଶତପଥି, ଅଭିଲାଷ ସାହୁ, ମୋହନ ବନ୍‌ଛୋର, ହରେକୃଷ୍ଣ ମେହେର, ଗୋବିନ୍ଦ ପାଣିଗ୍ରାହୀ, ଡ.ବିରଂଚି ସାହୁ, ଜିତେନ୍ଦ୍ରିୟନାଥ ଗୁରୁ ଯୋଗଦାନ କରି ଆଲୋଚନା ଓ ବୃକ୍ଷ ରୋପଣ କରିଥିଲେ । ଉଚ୍ଚ ବିଦ୍ୟାଳୟର କର୍ମଚାରୀ କୃଷ୍ଣଚନ୍ଦ୍ର ପ୍ରଧାନ, ପଦ୍ମନାଭ ବୁଡେକ, ନନ୍ଦଗୋପାଳ ବନ୍‌ଛୋର ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.