ଭତ୍ତା ପ୍ରଦାନ ଦାବୀରେ ପାଟଣାଗଡ଼ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଜନସାଧାରଣଙ୍କ ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରି ଚାଲିଛନ୍ତି କିନ୍ତୁ କେଉଁ ଦୋଷ ତ୍ରୁଟି ଯୋଗୁଁ ଯୋଗ୍ୟ ବାଦ ପଡୁଛନ୍ତି ତାହା କାହାକୁ ଜଣା କେହି କହିପାରିବେ ନାହିଁ । ପ୍ରଶାସନିକ ଅବହେଳା ଯୋଗୁଁ ଯୋଗ୍ୟ ବାଦ ଅଯୋଗ୍ୟ ମାଲେମାଲ, ତେଲିଆ ମୁଣ୍ଡରେ ନବରତ୍ନ ତେଲ ଦେଲା ଭଳିଆ ହେଉଛି । ଗ୍ରାମ୍ୟସ୍ତର ପର୍ଯ୍ୟନ୍ତ ଏତେ କର୍ମଚାରୀ ନିଯୁକ୍ତି ପାଇଛନ୍ତି ସେମାନଙ୍କ କାମ କଣ ? କାହା ପାଇଁ ଏମାନେ ? ପାଟଣାଗଡ଼ ବ୍ଲକର ପ୍ରତ୍ୟେକ ଗାଁରେ ଚାତକ ପକ୍ଷୀ ପରି ଅନେଇ ବସିଛନ୍ତି ଅନେକ ଯୋଗ୍ୟ ଆଶାୟୀ । ଭତ୍ତା ଯୋଜନା କାହା ପାଇଁ ? ନା ଥିଲା ବାଲା ପାଇଁ ନା ଗରିବ ନିରୀହ ମାନଙ୍କ ପାଇଁ ? ସେବା ଚେରିଟେବୁଲ ଟ୍ରଷ୍ଟ ବିଭିନ୍ନ ଗାଁକୁ ବୁଲି ଯୋଗ୍ୟ ଭତ୍ତା ଆଶାୟୀ ମାନଙ୍କ କାଗଜାତ ସଂଗ୍ରହ କରି ଫର୍ମ ସହିତ ଆଜି ପାଟଣାଗଡ଼ ବିଡ଼ିଓ ନୀଳମାଧବ ସୁନାଙ୍କୁ ଟ୍ରଷ୍ଟ ତରଫରୁ ତାଲିକା ସହ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ର ଦେବା ସମୟରେ ଟ୍ରଷ୍ଟ ଉପସଭାପତି ଗିରିରାଜ ଭୋଇ, ରୀଙ୍କୁ ନାଗ, ମନବୋଧ ବରିହା, ସେବୀକା ରାଜହଂସ, ସନ୍ତୋସିନୀ ବିଶି, ରୋଳିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.