csstore

ସ୍ୱାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ କୁଡାସିଂହା ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ ତରଫରୁ କୁଡାସିଂହା- ଭୁତିଆରବାହାଲ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବ୍ଳକ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ଦେଓଗାଁ ରେଞ୍ଜ ଅଧିକରୀ ଆଲୋକ ଭୋଇ, ପୂର୍ବତନ ପାଟଣାଗଡ ରେଞ୍ଜ ଅଧିକରୀ ବାସୁଦେବ ନାଥ ଅତିଥି ଭାବେ ଯୋଗ ଦେଇଥିଲେ । ସାଂସ୍କୃତିକ କଳା ପରିଷଦର ସଭାପତି ହରେକୃଷ୍ଣ ସାହୁଙ୍କ ସଭାପତିତ୍ତ୍ଵରେ ପ୍ରାରମ୍ଭରେ ଏକ ସଚେତନତା ସଭା ହୋଇଥିଲା ଯେଉଁଥିରେ କମିଟୀର ସମସ୍ତ ସଭ୍ୟ ଦୁର୍ଗା ପୂଜା ସଭାପତି ବିରଞ୍ଚି ପଧାନ, ସମ୍ପାଦକ ମନୋରଞ୍ଜନ ଝାଙ୍କର ସହ ଗାଁର ଅନେକ ଲୋକ ଉପସ୍ଥିତ ଥିଲେ । ଏହାପରେ ଶତାଧିକ ଗଛ ଲଗାଇବା ସହ ଏହାର ସମ୍ପୁର୍ଣ୍ଣ ଯତ୍ନ ନେବାର ସମସ୍ତ ସଭ୍ୟ ସଂକଳ୍ପ ନେଇଥିଲେ । ଏହି ଅବସରରେ କମିଟୀର ସୁରେଶ ସାହୁ, ବିଜୟ ସାହୁ, ଭକ୍ତ ପୁଟେଲ, ପ୍ରକାଶ ସାହୁ, ପ୍ରଦୀପ ସାହୁ, ପରେଶ ସାହୁ, ଇଶ୍ୱର ସାହୁ, କୁବେର ସାହୁ, ରବୀନ୍ଦ୍ର ସାହୁ, ରାଧେଶ୍ୟାମ ପଥାଳ, ସୁର ମହାରଣା, ରାଜୁ ସାହୁ, ବିଘ୍ନେଶ୍ୱର ସାହୁ, ହାଡୁ ଥପା, ଉଦ୍ୱେତ ସାହୁ, ନାରାୟଣ ନାଥ, ଦୀନବନ୍ଧୁ ସାହୁ, ଗଙ୍ଗା ସାହୁ, ଧନସିଂ ରଣାଙ୍କ ସହ ସମସ୍ତ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.