ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଅପରାହ୍ନରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଆଶୀର୍ବାଦ ଯୋଜନାର ହିତାଧିକାରୀ ଅନାଥ ଶିଶୁ ଓ ମାଆ କିମ୍ବା ବାପାଙ୍କୁ ହରାଇଥିବା ଶିଶୁମାନଙ୍କୁ ଆର୍ଥିକ ସହାୟତା ଚେକ୍‌ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏହି ଅବସରରେ ଜିଲ୍ଲପାଳ ଶ୍ରୀମତୀ ନରୱଣେ, ଅପର୍ଣ୍ଣା ନନ୍ଦଙ୍କୁ ୨୫୦୦ଟଙ୍କା, ପୁଜା ମେହେର, ରୋହନ ନାଏକ, ଅଂଶୁମାନ ବାଘ, ତୁଳସୀ ବେହେରା ପ୍ରଭୁତି ପ୍ରତ୍ୟେକଙ୍କୁ ୧୫୦୦ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଏହି ଯୋଜନାରେ ଜିଲ୍ଲାର ୭ଜଣ ଅନାଥ ଶିଶୁ ସହ ୭୬ଜଣ ଶିଶୁ ଯେଉଁମାନେ ଏହି କରୋନା ସମୟରେ ନିଜ ପରିବାରର ମୁଖ୍ୟ ରୋଜଗାର କ୍ଷମ ବ୍ୟକ୍ତିଙ୍କୁ ହରାଇଛନ୍ତି ଏହିପରି ମୋଟ ୮୩ଜଣ ଶିଶୁଙ୍କୁ ୧ ଲକ୍ଷ ୩୧ ହଜାର ୫୦୦ଶହ ଟଙ୍କାର ଆର୍ଥିକ ସହାୟତା ସେମାନଙ୍କ ବ୍ୟାଙ୍କ ଏକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାସ, ନିଶି ପୂନମ ମିଞ୍ଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସୁରକ୍ଷା ଅଧିକାରୀ ଅନିଲ କାଲସାଏ, ଜିଲ୍ଲା ସଂଯୋଜକ ରାକେଶ ପ୍ରଧାନ, ସରିତା ସୁନା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.