ବରଗଡରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡରେ ନିର୍ମାଣ ହେବ କ୍ୟାନ୍ସର ହସ୍ପିଟାଲ । ବରଗଡ ଜିଲ୍ଲାର ଜନସାଧାରଣଙ୍କ ଅନେକ ଦିନର ଆଶା ପୂରଣ ହେବାକୁ ଯାଉଛି । ଜିଲ୍ଲାରେ ସବୁଠାରୁ ଅଧିକ ଲୋକ କେନସର ରୋଗରେ ପୀଡିତା ହୋଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ବରଗଡବାସୀ ସବୁବେଳେ ଅନେକ ବର୍ଷରୁ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ ଯଥାଶୀଘ୍ର ବରଗଡରେ କେନସର ହସ୍ପିଟାଲ ନିର୍ମାଣ କରିବା ପାଇଁ । ତେବେ ମୁଖ୍ୟମନ୍ତ୍ରୀ ସମସ୍ତ ଦାବୀ ଜାଣିବା ପରେ ବିଜେପୁର ନିର୍ବାଚନ ସମୟରେ କେନସର ହସ୍ପିଟାଲ ବରଗଡରେ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ହସ୍ପିଟାଲ ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରଥମେ କମ୍‌ ଅର୍ଥ ଦେଇଥିବାରୁ ଏଥିରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହୋଇପାରିବ ନାହିଁ ବୋଲି ବରଗଡର ଜନସାଧାରଣ ତଥା ସଂଗଠନ ମାନେ ଅସନ୍ତୋଷ ପ୍ରକାଶ କରି ଅତ୍ୟାଧୁନିକ ତଥା ସମସ୍ତ ସୁବିଧା ଥିବା ହସ୍ପିଟାଲ ପାଇଁ ଦାବୀ ରହିଥିଲା । ତେଣୁ ଜିଲ୍ଲାର ସମସ୍ତ ପାଞ୍ଚ ବିଧାୟକ ଯଥା ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରିତା ସାହୁ, ସୁଶାନ୍ତ ସିଂ, ବିଜୟ ରଞ୍ଜନ ବରିହାଙ୍କ ସହିତ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅତ୍ୟାଧୁନିକ କେନସର ହସ୍ପିଟାଲ ପାଇଁ ଓ ଶେଷରେ ସମସ୍ତ ଜିଲ୍ଲାବାସୀଙ୍କ ସ୍ୱପ୍ନ ଏବେ ପୂରଣ ହେବାକୁ ଯାଉଛି । ଯାହାକି ଗୁରୁବାର ମୁଖ୍ୟମନ୍ତ୍ରୀ ନବେ କୋଟି ସତେଇଶ ଲକ୍ଷ ଟଙ୍କା ବରଗଡ କେନସର ହସ୍ପିଟାଲ ପାଇଁ ମଂଜୁର କରିଛନ୍ତି । ଏଠାରେ ୧,୩୬,୫୦୮.୭୯ ବର୍ଗଫୁଟର ୫ ମହଲା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯିବ । ଏହା ପରିବାର କଲ୍ୟାଣ ବିଭାଗର ପତ୍ରସଂଖ୍ୟା ୨୨୮୧୭ ତା୧୧/୮/୨୦୨୧ରେ ସୂଚନା ଦେଇଛନ୍ତି । ବରଗଡ ତଥା ପଶ୍ଚିମ ଓଡିଶାର ସମସ୍ତ କେନସର ରୋଗୀ ଉପକୃତ ହେବେ ବୋଲି ଆଶା କରାଯାଉଛି । ସେଥିପାଇଁ ବରଗଡବାସୀ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଜଣେଇଛନ୍ତି ।

Leave A Reply

Your email address will not be published.