ସଇଁନ୍ତଲା ବ୍ଲକରେ ମରୁଡି ଆଶଙ୍କା : ଚିନ୍ତାରେ ଚାଷୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଥାରେ ଅଛି ଚାଷ କାମ ଯାହାର କେଡ଼େ ସୁଖ ତାହାର ହେଲେ ବଲାଙ୍ଗିର ଜିଲ୍ଲାରେ ଦେଖା ଦେଇଛି ବିପରୀତ । ବର୍ଷାର ଦେଖା ଦେଉନ ଥିବା ବେଳେ ଚିନ୍ତାରେ ଚାଷୀ ଭାଙ୍ଗି ପଡିଥିବା ସୂଚନା ମିଳିଛି । ଜିଲ୍ଲାର ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ କାଁ ଭାଁ ବର୍ଷା ଦେଖା ଦେଇଥିଲା ହେଲେ ବର୍ତ୍ତମାନ କିଛି ଦିନ ହେବ ବର୍ଷାର ଦେଖା ଦେଉନଥିବା ବେଳେ ସଇଁନ୍ତଲା ବ୍ଲକରେ ମରୁଡି ଆଶଙ୍କା ଦେଖାଦେଇଛି । ଚାଷୀ ଧାର କରଜ ଆଣି ଚାଷ କରିଥିବା ବେଳେ ବର୍ଷା ଦେଖା ଦେଉନ ଥିବା ନେଇ ଦାଦନ ଖଟିବା ପାଇଁ ଅନେକ ଲୋକ ପ୍ରସ୍ତୁତି ମଧ୍ୟ ହେଉଥିବା ସୂଚନା ମିଳିଛି । ଚଳିତ ବର୍ଷ ଅଞ୍ଚଳରେ ବର୍ଷା କମ ପରିମାଣରେ ଦେଖା ଦେଇଛି । ର୍କାଁ ଭାଁ ଚାଷୀ ରୁଆ ବିହୁଡା କାମ ସମ୍ପର୍ଣ୍ଣ କରିଥିବା ବେଳେ ଅଞ୍ଚଳର ଅନେକ ସ୍ଥାନରେ ବର୍ଷା ପ୍ରଭାବ ଶୂନ ଦେଖାଦେଇଛି ।ଜିଲ୍ଲାରେ ଅନେକ ଥର ଚାଷୀ ଆତ୍ମହତ୍ୟା ମଧ୍ୟ କରିଥାଏ । କିନ୍ତୁ ଦୁଃଖର ବିଷୟ ସରକାର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ମଧ୍ୟ ନେଉ ନଥିବାରୁ ଅସନ୍ତୋଷ ମଧ୍ୟ ଦେଖା ଦେଇଥାଏ । ତେବେ ରାଜ୍ୟ ସରକାର ସଇଁନ୍ତଲା ବ୍ଳକକୁ ମରୁଡି ଘୋଷଣା କରିବା ପାଇଁ ଚାଷୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.