jsm

କଂଟାବାଂଜିରେ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣରେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

csstore

କଂଟାବାଂଜି, (ମନିଷ କୁମାର ହଂସ) : ଓଡିଶାରେ କ୍ରୀଡାର ଭିତ୍ତିଭୂମି ଓ କ୍ରୀଡାବିତ୍‌ ମାନଙ୍କୁ ପ୍ରୋତ୍ସାହିତ କରିବା ନେଇ ରାଜ୍ୟରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇ ୬୯୩ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ଯାହା ବଲାଙ୍ଗିର ଜିଲ୍ଲାର କଂଟାବାଂଜି ଠାରେ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ । ଏହି ପରିପ୍ରେକ୍ଷୀରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କୁ କଂଟାବାଂଜିରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ବିଜେଡି, ନଗରବାସୀ ତଥା କ୍ରୀଡାବିତ୍‌ଙ୍କ ମିଳିତ ଉଦ୍ୟମରେ ସ୍ଥାନୀୟ ଜୈନ ଭବନରେ ଏହି ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧନା ସଭାରେ ପୂର୍ବତନ ବିଧାୟକ ଆୟୁବ ଖାନ ଓ ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ତଥା ବିଧାୟକ ପ୍ରାର୍ଥୀ ଅଜୟ ଦାସ ମଂଚାସୀନ ରହିଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ କ୍ରୀଡାବିତ୍‌ ମାନଙ୍କ ପ୍ରତି ଯେଉଁ ଯୋଜନା ମାନ କରାଯାଇଛି ତାହା ଆଗାମୀ ଦିନରେ କ୍ରୀଡା ଜଗତରେ ଏକ ଇତିହାସ ବୋଲି ମନ୍ତ୍ରୀ କହିଛନ୍ତି । ଏହି ସମ୍ବର୍ଦ୍ଧନା ସଭାରେ କଂଟାବାଂଜିରୁ ତିନି ଜଣ ଯୁବତୀ ଆକାଂକ୍ଷା ଠାକୁର, ମୁସ୍କାନ ସୁନା ଓ ସ୍ନେହା ବଛା ଅଣ୍ଡର ୧୯ ଓଡିଶା କ୍ରିକେଟ ଟ୍ରାଏଲରେ ମନୋନୀତ ହୋଇ ବଲାଙ୍ଗିରରେ ପ୍ରଶିକ୍ଷଣ ନେଉଥିବାରୁ ମନ୍ତ୍ରୀ ତାଙ୍କୁ ଉତ୍ସାହିତ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ପରିସରରେ ନିର୍ମାଣ ହେବାକୁ ଥିବା ଏହି ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ହେଲେ କଂଟାବାଂଜି ଏବଂ ଆଖ ପାଖ ଅଂଚଳର କ୍ରୀଡାବିତ୍‌ ମାନେ ଉପକୃତ ହୋଇପାରିବେ ବୋଲି ମନ୍ତ୍ରୀ କହିଥିବା ବେଳେ ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା ବୋଲି ପୂର୍ବତନ ବିଧାୟକ ଖାନ ନିଜ ବକ୍ତବ୍ୟରେ କହିଛନ୍ତି । ସେହିପରି ଶ୍ରୀ ଦାସ ମଧ୍ୟ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ଓଡିଶାବାସୀଙ୍କ ଜନହିତକର ହୋଇଥିବା ବେଳେ ଆଗାମୀ ବିଶ୍ୱ କପ୍‌ ପାଇଁ ଓଡିଶା ସରକାର ଯତ୍ନବାନ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମଟିକୁ ପୂର୍ବତନ ନଗରପାଳ କିଶୋର ମଜଖଣ୍ଡ ପରିଚାଳନା କରିଥିବା ବେଳେ ସହରର ଶତାଧିକ କ୍ରୀଡାବିତ୍‌ ଫିରୋଜ ଖାନଙ୍କ ନେତୃତ୍ୱରେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

yuvodaya
Leave A Reply

Your email address will not be published.