pakka

ପୌର ଅଧିକାରୀଙ୍କୁ ନେଇ ୧୦ ନଂ. ୱାର୍ଡ ବୁଲିଲେ ନରସିଂହ

bbehera
  • ଏକତା, ସ୍ୱଚ୍ଛତା ଓ ସୁଶିକ୍ଷା ଥିଲେ ଆର୍ଥିକ ସ୍ୱଚ୍ଛଳତା ନିଶ୍ଚୟ ଆସିବ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୌରାଞ୍ଚଳର ୱାର୍ଡ ନଂ.୧୦ ଅନ୍ତର୍ଗତ ଗୋଟସରୋବରପଡା ତଥା ଆଖପାଖ ଅଞ୍ଚଳର ସମସ୍ୟା ଓ ତାର ସମାଧାନ କରିବା ପାଇଁ ସ୍ଥାନୀୟ ପୌରାଧିକାରୀ ବିପିନ ବିହାରୀ ଦୀପଙ୍କୁ ସାଙ୍ଗରେ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପରିଦର୍ଶନରେ ଯାଇଥିଲେ । ଏ ଅଂଚଳରେ ବିଶେଷ କରି ବସ୍ତି ବାସିନ୍ଦାମାନେ ରହୁଥିବାରୁ ପାନୀୟ ଜଳ ସମସ୍ୟା, ରାସ୍ତାଘାଟ, ବିଜୁଳି, ଗାଧେଇବା ପାଣି ସମସ୍ୟା ଉତ୍କଟ ଥିବା ଜଣାପଡିଥିଲା । ତେଣୁ ଉପସ୍ଥିତ ଥିବା ପୌରଅଧିକାରୀ ପୌର ପରିଷଦର କନିଷ୍ଠ ଯନ୍ତ୍ରୀଙ୍କୁ ଏ ଅଂଚଳର ରାସ୍ତା ଶୀଘ୍ର ମରାମତି ପାଇଁ ବ୍ୟବସ୍ଥା କରିବାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ସମୟରେ ସାମାଜିକ ସୁରକ୍ଷା ଅନ୍ତର୍ଗତ ଅହଲ୍ୟା ନାଗ, ବାସୁମତି ମୁଗ୍ରୀ ନାମକ କିଛି ଯୋଗ୍ୟ ହିତାଧିକାରୀ ଥିବା ନଜରକୁ ଆସିଥିଲା । ଯାହାଙ୍କୁ କି ଅତିଶୀଘ୍ର ସମାଜିକ ସୁରକ୍ଷା ଅନ୍ତର୍ଗତ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ସେହିପରି, କରୋନା କଟକଣା ଅଂଚଳବାସୀଙ୍କ ଆର୍ଥିକ ଅବସ୍ଥା ଦେହୋଲାଇ ଦେଇଥିବା ଜାଣି, ବିଧାୟକ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ଅଂଚଳରେ ଶୁଖିଲା ଖାଦ୍ୟ ପ୍ୟାକେଟ୍‌ ବଣ୍ଟନ କରାଯିବାର ପ୍ରତିଶୃତି ଦେଇଥିଲେ । ଗୋଟସରୋବର ବନ୍ଧର ତିନି ବର୍ଷ ପୂର୍ବରୁ ନିମ୍ନମାନର କାମ ଯୋଗୁଁ ପାଣି ଖରାପ ହେବାରେ ଲାଗିଲାଣି । ତେଣୁ ସ୍ଥାନୀୟ ଏସ୍‌ଏଚ୍‌ଜି ମହିଳା ଗୋଷ୍ଠୀଙ୍କୁ ଏ ବନ୍ଧ ସଫା କରିବା ପାଇଁ ନିଜ ବିଧାୟକ ପାଣ୍ଠିରୁ ଅନୁଦାନ ଯୋଗାଇ ଦେବେ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ତା’ ସହ ଲୋକଙ୍କ ଥିବା ରେସନ କାର୍ଡ ସମସ୍ୟା, ଆବାସଗୃହ, ବିଭିନ୍ନ ପ୍ରକାର ଯୋଜନାରେ ଭତ୍ତା ଯେପରି ଲୋକ ଠିକ୍‌ ହିସାବରେ ପାଇପାରିବେ ତା’ର ଉପରେ ଯତ୍ନବାନ ହେବାକୁ ପୌରାଧିକାରୀ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ଅଞ୍ଚଳର ଗରିବ ଓ ଖଟିଖିଆ ଶ୍ରେଣୀର ଲୋକେ ନିଜ ଭିତରେ ଏକତା, ସ୍ୱଚ୍ଛତା ଓ ସୁଶିକ୍ଷା ଆମ ଭିତରେ ଥିବା ଗରିବିକୁ ଦୂର କରି ପାରିବ ବୋଲି ଉପସ୍ଥିତ ଥିବା ମହିଳା ଓ ପୁରୁଷମାନଙ୍କୁ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ । ଆଜିର ଏହି ବୈଠକରେ ସ୍ଥାନୀୟ ଅଂଚଳର ଓମ୍‌ ପ୍ରକାଶ କୁମ୍ଭାର, ପ୍ରକାଶ ରାୟ, ଅଶୋକ ହରପାଲ, ସତ୍ୟନାରାୟଣ ନାଗ, ଅନ୍ତ ମଛଖଣ୍ଡ, ଦୀପକ ନାଗ, ରୋହିତ କୁମ୍ଭାର, ଦୁଃଖିଶ୍ୟାମ କୁମ୍ଭାର, ଦୈତାରି କୁମ୍ଭାର, ପ୍ରମିଳା ମୁଗ୍ରୀ, ଜ୍ୟୋସ୍ନାମୟୀ ନାଏକ, ପିଙ୍କି କୁମ୍ଭାର, ରୀନା ପୋଡଙ୍କ ସମେତ ବିଭିନ୍ନ ମହିଳା ସ୍ୱୟଂସହାୟିିକା ଗୋଷ୍ଠୀର ଅନେକ ସଦସ୍ୟା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

five × 1 =

error: Content is protected !!