pakka

ଇନ୍‌ଡୋର ଷ୍ଟାଡିୟମ ପାଇଁ ପଡ଼ିଆ ପରିଦର୍ଶନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଘୋଷିତ ଇନଡୋର ଷ୍ଟାଡିୟମ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ଆଜି ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ସମେତ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ପ୍ରଶାସନିକ ଅଧିକାରୀମାନେ ଭଟଲି ରୋଡ଼ସ୍ଥିତ ରାଣା ପ୍ରତାପ ହାଇସ୍କୁଲ ନିକଟ ଖେଳ ପଡିଆକୁ ବୁଲି ଦେଖିଥିଲେ । ପ୍ରସ୍ତାବିତ ଏହି ଜମି ସହର ମଧ୍ୟରେ ଥିବା ବେଳେ ଯିବା ଆସିବା କରିବା ପାଇଁ ପ୍ରଶସ୍ତ ରାସ୍ତା ରହିଛି । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟରେ ନିର୍ମିତ ହେବାକୁ ଥିବା ୮୯ଟି ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ବରଗଡ଼ ଜିଲ୍ଲା ସଦର ମହକୁମାରେ ଏହା ନିର୍ମାଣ ପାଇଁ ୯.୫୫କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

9 + 12 =

error: Content is protected !!