csstore

ବରିଷ୍ଠ ବିଜେପି ନେତା ପବନ ଅଗ୍ରୱାଲଙ୍କ ବିୟୋଗରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଳାର ଜଣେ ବରିଷ୍ଠ ବିଜେପି ନେତା ପବନ କୁମାର ଅଗ୍ରୱାଲଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହେଇଯାଇଛି । ମଣ୍ଡଳ ସଭାପତି ପ୍ରତାପ କୁମାର ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ଯୁବନେତା ଶ୍ରୀକାନ୍ତ ହୋତା, ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ମିଶ୍ର, ଖୁସିରାମ ସାହୁ, ଦିବାକର ବାଗ, ଅମ୍ବିକା ବୈଠାରୁ, ପ୍ରଶାନ୍ତ ତ୍ରିପାଠୀ, ଦୟାନିଧି ସାହୁ, ଲିଙ୍ଗରାଜ ସାହୁ, ମଳୟ କୁମାର ତ୍ରିପାଠୀ, କାମଦେବ ସାହୁ, ବିଜୟ ମହାଖୁଡ଼, ନକୁଳ ସୁନା, ଅଭୟ ସାହୁ, ଯାଜ୍ଞସେନ ପଣ୍ଡା, ରଞ୍ଜନ ମହାରଣା, ପ୍ରଦୀପ ସାହୁ, ମନୋଜ ପଣ୍ଡା, ଶରତ ସାହୁ, ମୋହନ ମନହୀରା ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଅଗୱାଲଙ୍କ ସ୍ମୃତି ଚାରଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ସେ ମ.ରାମପୁର ବ୍ୟବସାୟୀ ସଂଘର ସଭାପତି, ଦୀର୍ଘ ବର୍ଷ ଧରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟୀର ବିଭିନ୍ନ ପଦପଦବୀ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ, ଏକଲ ଅଭିଯାନ, ବନବାସୀ କଲ୍ୟାଣ ଆଶ୍ରମ ଭଳି ବିଭିନ୍ନ ସଂଗଠନ ସହିତ ଓତପ୍ରୋତଃ ଭାବରେ ଯୋଡ଼ି ହୋଇ ରହିଥିଲେ ।

jayashree
Leave A Reply

Your email address will not be published.