ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀ ପରୀକ୍ଷା ଫଳ ପକାଶିତ : ଓଡିଶା ଆଦର୍ଶ ବିଦ୍ୟାଳୟର ଏକ ଅଭୂତପୂର୍ବ ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତକାଲି ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ପରୀକ୍ଷା ପଳ ପ୍ରକାଶିତ ହୋଇଯାଇଛି । ସମୁଦାୟ ୯୫୫୮ ପରୀକ୍ଷାର୍ଥୀମାନଙ୍କ ମଧରୁ ୯୩୭୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯାହାକି ପାସ୍‌ ହାରର ଶତକଡା ୯୮.୧୨ ପ୍ରତିଶତ ହୋଇଛି । ଛାତ୍ରମାନଙ୍କ ସଫଳତା ୯୭.୯୩ ହୋଇଥିବା ବେଳେ ଛାତ୍ରୀଙ୍କ ପାସ ହାର ଶତକଡା ୯୮.୨୬ ପ୍ରତିଶତ । ଏତ୍‌ଦବ୍ୟତୀତ ୯୫ ପ୍ରତିଶତ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮୯ ହୋଇଥିବା ବେଳେ ଶତକଡା ୯୦ରୁ ତଦୂର୍ଦ୍ଧ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୮୬ ଅଟେ । ଉତ୍ତୀର୍ଣ୍ଣ ହୋଇଥିବା ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧରେ କେଉଁଝର ଜିଲ୍ଲା ଆନନ୍ଦପୁର ବ୍ଲକ ସ୍ଥିତ ଶାଳପଡା ଆଦର୍ଶ ବିଦ୍ୟାଳୟର ଛାତ୍ର ଶ୍ରୀ ଅମ୍ରିତ ରାଜ ବିଶ୍ୱାଳ ୯୯.୪୦ ପ୍ରତିଶତ ନମ୍ବର ରଖି ଓଡିଶାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଓଡିଶା ଆଦର୍ଶ ବିଦ୍ୟାଳୟର ଅଭୂତପୂର୍ବ ସଫଳତା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଭିବାବକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.