ଦାବିଲିକାନିରେ ପାଣି ଟାଙ୍କି ନିର୍ମାଣ ପାଇଁ ଭୂମି ପୂଜନ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଅପରାହ୍ନରେ ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତର ନାଇକେନଶିରା ଗାଁର ଦାବିଲିକାନିପଡାରେ ପିଇବା ପାଣି ପାଇଁ ଭୂମୀ ପୂଜନ ସହ ନଡିଆ ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ନଡିଆ ଭଙ୍ଗା କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ରୀନା ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଡିଆ ଭାଙ୍ଗିବା ସହ ୬ ଲକ୍ଷ ଟଙ୍କାରେ ଏହି ପ୍ରକଳ୍ପ ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି । ପୂର୍ବ ବ୍ଲକ ଅଧ୍ୟକ୍ଷ ଲକ୍ଷଣ ମେହେର, ବିଜେଡି ଦେଓଗାଁ ବ୍ଲକ ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ସରକାରୀ ଯନ୍ତ୍ରୀ ମହନ ମହାଳିଙ୍ଗ, କନିଷ୍ଠ ଯନ୍ତ୍ରୀ ପ୍ରଭାତ ରଥ, ଗାଁର ଆହିବନ କଇଣ୍ଡା, ଭୟବଲ କଇଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଦାବିଲିକାନି ପଡ଼ାରେ ପିଇବା ପାଣି ବହୁତ ସୁବିଧାର ସମ୍ମୁଖୀନ ହେଉଥିଲେ ପଡ଼ାବାସୀ । ଏପରି କି ବ୍ୟବହାର ହେଉଥିବା ନଳକୂଆଁ ପାଣି ଫ୍ଲୋରାଇଡ଼ ଯୁକ୍ତ ଥିବାରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏବେ ପିଇବା ପାଣି ପାଇ ଏକ ଟାଙ୍କି ନିର୍ମାଣ ହେବ ବୋଲି ଜଣାପଡିବା ପରେ ଗାଁରେ ଖୁସିର ମାହୋଲ ଦେଖାଦେଇଛି ।

Leave A Reply

Your email address will not be published.