oom

କାର୍‌-ବାଇକ୍‌ ଦୁର୍ଘଟଣାଗ୍ରସ୍ତ : ବାଇକ ଆରୋହୀ ଆହତ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଉପରଝର ସ୍ଥିତ କଲେଜ ଛକରେ ଏକ କାର ଓ ବାଇକ ଦୁର୍ଘଟଣା ହୋଇଛି । ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଥିବା ବେଳେ କାରରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ପ୍ରକାଶ ଯେ, ଗତକାଲି ପ୍ରାୟ ୩ଟା ସମୟରେ ଉପରଝର ପଟରୁ ତୁଷୁରା ପଟକୁ ଏକ ବାଇକ (ଓଡ଼ି୦୩କେ୯୫୩୧)ରେ ନିଜ ଗାଁ ସର୍ଗିପାଲିକୁ ରୋହିତ ମହାକୁର ଯାଉଥିବା ବେଳେ ଏକ କାର ଏସ୍‌ କ୍ରସ (ଓଡ଼ି୦୨ଏଡବ୍ଲ୍ୟୁ ୯୬୩୬)ରେ ୨ଜଣ ବ୍ୟକ୍ତି ତୁଷୁରା ପଟରୁ ବଲାଙ୍ଗିର ଆଡ଼କୁ ଯାଉଥିଲେ । ଏହି ସମୟରେ ଉପରଝର ସ୍ଥିତ କଲେଜ ଛକରେ ଦୁର୍ଘଟଣା ଘଟିଥିଲା । ଫଳରେ ବାଇକ ଆରୋହୀ ଆହତ ହୋଇଥିବା ଜାଣି ସ୍ଥାନୀୟ ଲୋକେ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଛନ୍ତି । ଅନ୍ୟପକ୍ଷରେ କାରରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.