ବିନ୍ଧାପାଲି ଖେଳପଡ଼ିଆ ଉନ୍ନତିକରଣରେ ବ୍ୟାପକ ଅନିୟମିତତା ଅଭିଯୋଗ

ଆଗଲପୁର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଗ୍ରାମାଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ଏହା ପ୍ରହସନ ପାଲଟିଥିବା ଦେଖିବାକୁ ମିଳିଛି । ଆଗଲପୁର ବ୍ଲକ ଭରସୁଜା ପଂଚାୟତ ବିନ୍ଧାପାଲି ଗ୍ରାମରେ ନିମ୍ନମାନର ଖେଳ ପଡିଆ ନିର୍ମାଣ କରି ଠିକାଦାର ଏବଂ ସରକାରୀ ଅଧିକାରୀ ମାଲେମାଲ ହୋଇଥିବା ବେଳେ ଖେଳ ପଡ଼ିଆ ଉନ୍ନତିକରଣର ବର୍ଷେ ନ ପୁରୁଣୁ ତାହା ଭାଙ୍ଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ବିନ୍ଧାପାଲି ଗାଁରେ ୨୦୧୭-୧୮ରେ ମନରେଗା ଯୋଜନାରେ ଫାଇଲ ଖୋଲାଯାଇ ୮ ଲକ୍ଷ ୮୫ ହଜାର ଟଙ୍କା ବ୍ୟୟରେ ଖେଳ ପଡିଆ ନିର୍ମାଣ ହୋଇଥିବା ସୂଚନା ଫଳକରେ ଉଲ୍ଲେଖ ରହିଛି । ଖେଳ ପଡିଆ ନିର୍ମାଣର ଏକ ବର୍ଷ ନ ପୁରୁଣୁ ସାମଗ୍ରୀ ଗୁଡିକ ଭାଙ୍ଗି ନଷ୍ଟ ହେଇ ଯାଇଥିବା ବେଳେ କାମ ସମ୍ପୂର୍ଣ୍ଣ ନ ହୋଇ ମଧ୍ୟ ପୁରା ଟଙ୍କା ଉଠା ଯାଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଜିଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବୀ ହେଉଛି ।

Leave A Reply

Your email address will not be published.