csstore

ପରିତ୍ୟକ୍ତ କୋଠରୀକୁ ପ୍ରେମିକାଙ୍କୁ ପ୍ରେମାଳପ ପାଇଁ ଡାକି ପୋଡିଦେଲା : ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି ପରିବାର ଲୋକଙ୍କ ଦାବୀ

  • ସ୍ପିରିଟ ଓ ପେଟ୍ରୋଲିୟମ ପଦାର୍ଥ ପକାଇ ପ୍ରେମିକାକୁ ଜାଳିଥିବା ଚର୍ଚ୍ଚା : ପୀଡିତା ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ, ଅଭିଯୁକ୍ତ କୃଷ୍ଣ ସାହୁ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମର ଗୌଡ଼ସାହିର ଜଣେ ଯୁବକ କୃଷ୍ଣଚନ୍ଦ୍ର ସାହୁ(୨୯) ଙ୍କ ସହ ବୁଗୁଡା ନିକଟସ୍ଥ କଳମ୍ବ ଗ୍ରାମର ଶୁଭସ୍ମିତା ଦେବୀ(୨୫)ଙ୍କ ମଧ୍ୟରେ ଦୀର୍ଘଦିନ ଧରି ପ୍ରେମସମ୍ପର୍କ ସ୍ଥାପନ ରହିଥିଲା । ଦୁହେଁ ସ୍କୁଲ କେରିୟରରୁ ଜଣେ ଆର ଜଣକୁକୁ ପ୍ରେମ କରୁଥିବା କୁହାଯାଏ । ପୁଅ ଓଡ଼ିଆ ଖଣ୍ଡାୟତ ପରିବାରର ହୋଇଥିବା ବେଳେ ଝିଅ ବ୍ରାହ୍ମଣ ସମ୍ପ୍ରଦାୟ । ଏଣୁ ପୁଅ ପକ୍ଷର ଘର ଲୋକେ ଏହି ପ୍ରେମ ବିବାହକୁ ଅନୁମତି ଦେଉନଥିଲେ । ଫଳରେ ପୁଅ ବିବାହ କରିବାକୁ ମନା କରିଦେଇଥିଲେ । କିଛିଦିନ ହେଲା ସେ ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣାର ଅଦ୍ଭାବ ଲାଗି ରହି କଳିସୃଷ୍ଟି ହୋଇଥିଲା ।

କୃଷ୍ଣ ସାହୁ ପ୍ରେମିକାକୁ ନିଜ ଗ୍ରାମ ପ୍ରତାପପୁର ଗାଁ ଶେଷ ସୀମାରେ ଥିବା ଏକ ଭଗ୍ନ ପରିତ୍ୟକ୍ତ କୋଠରୀକୁ ପ୍ରେମାଳପ କରିବାକୁ ଡାକି ରଚିଥିବା ପୂର୍ବ ଷଡଯନ୍ତ୍ର ପ୍ରକାରେ ତାକୁ ସ୍ପିରିଟ ସହ ଆଉ କିଛି ଜାଲେଣି ଦ୍ରବ୍ୟ ଢ଼ାଳି ପୋଡ଼ିଦେଇ ଚମ୍ପଟ ମାରିଥିବା ଜଣାଯାଇଛି । ପୋଲିସ ଖବରପାଇ ଝିଅକୁ ଜଳୁଥିବା ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ପ୍ରଥମେ ନିକଟସ୍ଥ ଡାକ୍ତରଖାନା ନେଇ ଓ ପରେ ବ୍ରହ୍ମପୁର ବଡ଼ମେଡିକାଲକୁ ନେଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ପ୍ରେମିକାଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଝିଅର ଚପଲ, ମୋବାଇଲ ଫୋନ, ଜଳିଥିବା କିଛି ପାଉଁଶ,ଏସିଡ ବୋତଲ, ଆଉ କିଛି ତୈଳ ପଦାର୍ଥ, ଦିଆସିଲି ଜବତ କରିବା ସାଂଗକୁ ପୀଡିତାର ଜୀବିତ ଅବସ୍ଥାରେ ବୟାନ ରେକର୍ଡ କରିଛି ପୋଲିସ । ପୀଡିତା ମୃତ୍ୟୁ ସହ ସଂଗ୍ରାମ କରିକରି ଶେଷରେ ପ୍ରାଣବାୟୁ ଛାଡିଥିବା ବେଳେ ପୁରୁଷୋତ୍ତମପୁର ଏସଡ଼ିପିଓ ସୂର୍ୟ୍ୟମଣି ପ୍ରଧାନ ଘଟଣାର ସବିଶେଷ ତଦନ୍ତ କରି ମିଡ଼ିଆକୁ ତଥ୍ୟପ୍ରଦାନ କରିଥିଲେ । ଝିଅ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା କ୍ରମେ ତାଙ୍କ ପରିବାରର ବୟାନ ନିଆଯିବ ଏବଂ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦିଆଯିବ ବୋଲି ଏସଡ଼ିପିଓ ସୂର୍ୟ୍ୟମଣି ପ୍ରଧାନ କହିଛନ୍ତି ।

jayashree
Leave A Reply

Your email address will not be published.