oom

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଯୋଗୀସର୍ଡ। ଗସ୍ତ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ମଙ୍ଗଳବାର ପୂର୍ବାହ୍ନରେ ତାଙ୍କ ପୈତୃକ ଗ୍ରାମ ଲୋଇସିଂହା ବ୍ଲକର ଯୋଗୀସର୍ଡ। ଗ୍ରାମ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିଛନ୍ତି । ସ୍ଥାନୀୟ ଶୈବପୀଠ ଯୋଗେଶ୍ୱର ବାବାଙ୍କୁ ଦର୍ଶନ ପରେ ହରିହର ହାଇସ୍କୁଲ ପରିସରରେ ନିର୍ମାଣାଧୀନ ସମ୍ମିଳନୀ କକ୍ଷ ସମେତ ବିଜ୍ଞାନ କକ୍ଷ ପରିଦର୍ଶନ କରିଥିଲେ । ପରେ ନିଜର ପୈତୃକ ଘର ବୁଲି ଦେଖିବା ସହିତ ସମ୍ପର୍କୀୟଙ୍କ ସହିତ ଭାବ ବିନିମୟ କରିଥିଲେ । ପ୍ରସ୍ତାବିତ କେଉଁଟିପାଲିଛକ ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଉପରେ ସ୍ଥାନୀୟ ବାସିନ୍ଦା ଶ୍ରୀ ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତାଙ୍କର ଏହି ଗସ୍ତ ସମୟରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ, ବିଇଓ ରିନାକୁମାରୀ ବେହେରା, ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ ତ୍ରିପାଠୀ, ବ୍ଲକ ଉପାଧ୍ୟକ୍ଷ ଯତୀନ ପଟେଲ, ସରପଞ୍ଚ ପ୍ରଶାନ୍ତ ପଧାନ, ସୁନୀଲ ଅଗ୍ରୱାଲ, ଲକ୍ଷ୍ମୀ ପଧାନ, ଜିତୁ ତ୍ରିପାଠୀ, ସୁଶାନ୍ତ ମିଶ୍ର, ଦୁର୍ବାଦଲ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.