ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଶ୍ରୀ ଗୁରୁ ଦକ୍ଷିଣା ଉତ୍ସବ ଉଦଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଅପରାହ୍ନରେ ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ଦେଓଗାଁ ଶାଖା ପକ୍ଷରୁ ଶ୍ରୀଗୁରୁ ଦକ୍ଷିଣା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଖଣ୍ଡ କାର୍ଯ୍ୟବାହୀ ଶ୍ରୀକାନ୍ତ ଥନାପତି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସେବା ପ୍ରମୁଖ ଜଗଦିଶ ପଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁଶିଲ ଦାଶ ସହ ସମସ୍ତ ଗୁରୁଜୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଦେଓଗାଁ ଶାଖାର ସ୍ୱୟଂ ସେବକ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.