csstore

ମେରାବାହାଲ ଗାଁରେ ମନରେଗା ମହା ର୍ଦୁନୀତି : ବିନା କାମରେ ଖାତାରେ ଟଙ୍କା ଜମା, ଗାଁ ସାଥୀଙ୍କ ମନମାନି, ବିଡିଓଙ୍କ ଠାରେ ଅଭିଯୋଗ କଲେ ଶ୍ରମିକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନପ୍ରବଣ ଅଞ୍ଚଳ ହେଇଥିବା ବେଳେ ଏଠାରେ ମନରେଗା କାମ କେତେକ ଅଞ୍‌ଞ୍ଚଳରେ ଠିକ ଢ଼ଙ୍ଗରେ ସମ୍ପାଦନ ହୋଇ ପାରୁନଥିବା ଦେଖିବାକୁ ମିଳୁଛି । ତେବେ ମେସିନରେ କାମ ହେଉଥିବା ବେଳେ ଶ୍ରମିକ ମାନେ କାମ କରିବାରୁ ବଞ୍ଚିତ ହେଉଥିବା ନେଇ ଅସନ୍ତୋଷ ଦେଖା ଦେଇଛି । ତେବେ ବିନା କାମରେ ତାଙ୍କର ଖାତାରେ ଟଙ୍କା ଜମା ହେଉଥିବା ନେଇ ମଧ୍ୟ ଶ୍ରମିକ ମାନେ ସଇଁନ୍ତଲା ବିଡିଓ ଦେବାଶିଷ ସାମଲଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଟିକ୍ରାପଡ଼ା ପଞ୍ଚାୟତ ମେରାବାହାଲ ଗାଁରେ ଥିବା ବିଜିମୁଣ୍ଡା ପୋଖରୀ ଉନ୍ନତି କରଣ ପାଇଁ ପ୍ରଶାସନ ପକ୍ଷରୁ ଶ୍ରମିକ ମାନେ କାମ କରିବା ପାଇଁ ଆଦେଶ ପାଇଛନ୍ତି ହେଲେ ଗାଁ ସାଥୀ ହେମନ୍ତ ହରପାଲ ଓ ଭବାନୀ ହରପାଲ ଦୁହେଁ ମିଶି ବିଭିନ୍ନ ଉନ୍ନୟନ ପ୍ରକଳ୍ପରେ ଅନିୟମିତତା କରୁଥିବା ନେଇ ଅଭିଯୋଗ ହୋଇଛି । ଶ୍ରମିକ ବଦଳେ ମେସିନ ସାଜିଛି ସାହା ଭରସା । ଫଳରେ ଶ୍ରମିକ ମାନେ କାମ ନ ପାଇ ହତାଶ ହୋଇ ପଡିଛନ୍ତି । ତେବେ ଶ୍ରମିକ ମାନେ କାମ ନ କରି ମଧ୍ୟ ତାଙ୍କ ଖାତାରେ ଟଙ୍କା ଜମା ହେଉଥିବା ବେଳେ ପରେ ଗାଁ ସାଥୀ ଜଣକ ଟଙ୍କା ଉଠାଇବା ପାଇଁ ଶ୍ରମିକ ମାନଙ୍କୁ ବାଧ୍ୟ କରୁଥିବା ବେଳେ ଆଜି ଲଛମନ ଭୋଇ, ଶଙ୍କର ରଣା, ରୂପାଧର ରଣା, ବନ ରଣା, ସିରକର ମିର୍ଧା, ସଦାନନ୍ଦ ପରାଭୁଏ ସମେତ ଶତାଧିକ ଶ୍ରମିକ ମାନେ ବିଡିଓଙ୍କ ସ୍ୱାରସ୍ଥ ହୋଇଥିଲେ ।ତେବେ ବ୍ଳକ ପ୍ରଶାସନ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି ।

jayashree
Leave A Reply

Your email address will not be published.