oom

ବଲାଙ୍ଗିର ପଶ୍ଟିମ ଓଡ଼ିଶା ଯୁବାମଞ୍ଚ ଗର୍ଜିଲା : ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ ପଶ୍ଚିମ ଓଡ଼ିଶାକୁ ଅବହେଳା ପ୍ରତିବାଦରେ ପଦଯାତ୍ରା ସହ ବିକ୍ଷୋଭ ପ୍ରଦର୍ଶନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପଶ୍ଟିମ ଓଡ଼ିଶା ଯୁବାମଞ୍ଚ ଗର୍ଜିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ ପଶ୍ଚିମ ଓଡ଼ିଶାକୁ ଅବହେଳା ପ୍ରତିବାଦରେ ପଦଯାତ୍ରା କରି ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ଅବସରରେ ଏକ ବିଶାଳ ପଦଯାତ୍ରା ପୂର୍ବାହ୍ନ ସାଢେ଼ ୧୦ଟାରେ ଟାଉନ ହଲ୍ ଠାରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଂଚିଥିଲା । ଦୀର୍ଘ ସମୟ ଧରି ବିକ୍ଷୋଭକାରୀମାନେ ଜିଲ୍ଲାପାଳ ଅଫିସ ଘେରାଉ ସହ ନାରାବାଜି କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ପରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୬ ଦଫା ସଂବଳିତ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସରକାରଙ୍କ ପାଖରେ କରାଯାଇଥିବା ଦାବୀ ତଥା ଜିଲ୍ଲାରେ ଆବଶ୍ୟକ ଆବାସ ଯୋଜନା ଅନୁଦାନ ବିଷୟରେ ଆଲୋଚନା କରାଯାଇ ସମସ୍ୟା ସବୁର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଯୁବାମଞ୍ଚର ସଦସ୍ୟମାନେ ପ୍ରକାଶ କରିଛନ୍ତି । ଏହି ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ଗୋପବନ୍ଧୁ ପଟେଲ, ରମ୍ୟ ସାହୁ, ଜୟନ୍ତ ସାହୁ, ରିକୁନ ମିଶ୍ର, ଥବିର କର୍ମୀ, ଖଗେଶ୍ୱର ପଧାନ, ସୁରେଶ କମ୍ପ, ଅଙ୍କିତ ବିଶି, ଗଣେଶ ପଧାନ, ସନ୍ତୋଷ ପଲିତା, କିଶୋର ଗୁରାଣ୍ଡି, ଲିଙ୍ଗରାଜ ସେଠ, ଦେବ ପଣ୍ଡା, ବିରେନ୍ଦ୍ର ପାଣ୍ଡେ, ସରୋଜ ପଧାନ, ଦେବେନ୍ଦ୍ର ପଟେଲ, ସୌମ୍ୟଜିତ ମିଶ୍ରଙ୍କ ସହ କୋଶଲ ରାଜ୍ୟ ସମନ୍ୱୟ ସମିତି, କୋଶଲ ଯୁବ ସମନ୍ୱୟ ସମିତି, ବଲାଙ୍ଗିର ସ୍ୱେଚ୍ଛାସେବୀଙ୍କ ସମତେ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.