jayashree

ଭିଜିଲାନ୍ସ ଜାଲରେ ସବ ଇନ୍‌ସପେକ୍ଟର : ସଇଁନ୍ତଲା ବାସ ଭବନରେ ଚଢ଼ାଉ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭିଜିଲାନ୍ସ ଜାଲରେ ପଡ଼ିଲେ ପୁଲିସ ସବ୍ ଇନ୍ସପେକ୍ଟର । ଭିଜିଲାନ୍ସ ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଜବତ କରିବା ସହିତ ଘନ ଘନ ଜେରା କରୁଥିବା ଜଣାପଡ଼ିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ଠାରୁ କେତେ ସମ୍ପତ୍ତି ଠାବ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ଏବେ ସୁଦ୍ଧା ଚଢ଼ଉ ଜାରି ରହିଛି । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାର ସବ୍ ଇନ୍‌ସପେକ୍ଟର ହେଉଛନ୍ତି ଉଗ୍ରସେନ ପଟେଲ । ସେ ଆଜି ଏକ ଚା’ ଦୋକାନରେ ବସି ଚା’ ପିଉଥିଲେ । ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କ ବାଇକ୍ ଡିକିରୁ ୨ ଲକ୍ଷ ଟଙ୍କା ଜବତ କରିଥିଲା । ଜବତ ଟଙ୍କା କେଉଁଠୁ ଆଣିଲ ବୋଲି ଭିଜିଲାନ୍ସ ଟିମ୍‌ର ସଦସ୍ୟମାନେ ପଚାରିଥିଲେ । ମାତ୍ର ସବ୍ ଇନସପେକ୍ଟ ଶ୍ରୀ ପଟେଲ୍ ତାହାର ସଠିକ୍ ଉତ୍ତର ଦେଇ ପାରିନଥିଲେ । ପରେ ତାଙ୍କୁ ଗୋଲାମୁଣ୍ଡା ଥାନାକୁ ନେଇଯାଇଥିଲେ । ସେଠାରେ ଭିଜିଲାନ୍ସ ଟିମ୍ ତାଙ୍କୁ ପ୍ରାୟ ୧ ଘଣ୍ଟା ଧରି ପଚରା ଉଚରା କରିଥିଲେ । ମାତ୍ର ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିବା ସୂଚନା ମିଳିଛି ।

ଶ୍ରୀ ପଟେଲଙ୍କୁ ଭିଜିଲାନ୍ସ ଟିମ୍ ଭବାନୀପାଟଣା ଭିଜିଲାନ୍ସ ଅଫିସ୍‌କୁ ନେଇଯାଇଥିଲେ । ସେଠାରେ ତାଙ୍କୁ ଘନ ଘନ ଜେରା କରାଯାଉଥିବା ଜଣାପଡ଼ିଛି । ଏଥିସହ ଭିଜିଲାନ୍ସ ଟିମ୍ ଶ୍ରୀ ପଟେଲଙ୍କ ପୈତୃକ ବାସଭବନ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଡଙ୍ଗରମୁଣ୍ଡା ଗାଁରେ ଚଢ଼ଉ କରିଥିଲା । ଏହି ଚଢ଼ଉରେ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ଟିମ୍ ସାମିଲ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.