ଘଣ୍ଟି ସାହିତ୍ୟ ଘର ଚିପିଲିମାର ଅନ୍‌ଲାଇନ୍‌ ମାଧ୍ୟମରେ କବିତା ଆସର ଅନୁଷ୍ଠିତ

ସଇଁନ୍ତଲା. (କେପିଏନ୍‌ଏସ୍‌) : ଗତକାଲି ଘଣ୍ଟି ସାହିତ୍ୟ ଘର ଚିପିଲିମାର ଅନ୍‌ଲାଇନ୍‌ ମାଧ୍ୟମରେ ତାର ୧୩ ତମ କବିତା ଆସର ଅନୁଷ୍ଠିତ ହୋଟଯାଇଛି । ଏଥିରେ ଛଅ ଜଣ କବି ଓ କବୟିତ୍ରୀ ଯୋଗ ଦେଇଥିଲେ । ସେମାନେ ହେଲେ ଭୂବନେଶ୍ୱରର ଆଶୁତୋଷ ମେହେର, ସୁନ୍ଦରଗଡର ଫିରୋଜ କୁମାର ପଟେଲ, ବଲାଙ୍ଗିର ଭରଦ୍ୱାଜ ବିଶ୍ୱାଳ, ବରଗଡର ପ୍ରବାସିନୀ ହୋତା, ବରଗଡର ପ୍ରତିମା ବାରିକ ଏବଂ ସାଗରିକା ସାହୁ । ଆସର ଆରମ୍ଭରେ ଘଣ୍ଟି ଘରର ସଦସ୍ୟ ସୁଧାଂଶୁ ଭୂଷଣ ଷଣ୍ଢ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ । ତା’ପରେ ଛଅ ଜଣ କବିଙ୍କର କବିତା ପାଠ ହୋଇଥିଲା । ବିଶିଷ୍ଟ ପ୍ରାଣୀ ଚିକିତ୍ସକ ଡକ୍ଟର ଶୁଭେନ୍ଦୁ ସୁଧା ଷଡଙ୍ଗୀ ଏଥିରେ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇଥିବା ବେଳେ ଘଣ୍ଟି ଘରର ଉପଦେଷ୍ଟା ଶ୍ରୀ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ନିଜର ବାର୍ତ୍ତା ରଖିଥିଲେ । ଶ୍ରୋତା ମତାମତ ନେଇଥିଲେ ସଂଯୋଜିକା ସଂଗୀତା ମୋହନ ଗହିର । ଆସରର ଯାନ୍ତ୍ରୀକ ପରିଚାକ ଥିଲେ ଘଣ୍ଟି ସାହିତ୍ୟ ଘର୍ ଚିପିଲିମା’ର ସଂପାଦକ ତରଣିସେନ ମେହେର ଓ ସୁଧାଂଶୁ ଭୂଷଣ ଷଣ୍ଢ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଘଣ୍ଟି ଘରର ସଦସ୍ୟା ପ୍ରୀତିନନ୍ଦା ପାଣିଗ୍ରାହୀ । ଏହି ଆସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ । ସେମାନେ ହେଲେ କୋଶଳ ପ୍ରବାହ’ର ସଂପାଦକ ଆନନ୍ଦ ଚନ୍ଦ୍ର ସାହୁ, ଜୟନ୍ତ ସାହୁ, ସଚ୍ଚିଦାନନ୍ଦ ପଧାନ, ପ୍ରହଲ୍ଲାଦ ସେଠ, କ୍ଷେତ୍ରମଣୀ ବିଭାର, ମାନଭଞ୍ଜନ ପଟ୍ଟନାୟକ, ନରେନ୍ଦ୍ର ପଣ୍ଡା,ସୂର୍ୟ୍ୟ ପାଢୀ ଏବଂ ସଂଗୀତା ପଣ୍ଡା ଷଡଙ୍ଗୀ । ଏତଦ୍ ବ୍ୟତୀତ ୪୦ରୁ ଅଧିକସାହିତ୍ୟ ପ୍ରେମୀ ଶ୍ରୋତାମାନେ ଯୋଗ ଦେଇ କବିତା ଆସରଟିକୁ ସଫଳ କରିଥିଲେ ।

Leave A Reply

Your email address will not be published.