oom

ନିମ୍ନ ମାନର ପାଣି ପାଇପ ବିଛାଇ ଠିକାଦାର ମାଲେମାଲ୍‌ ଅଭିଯୋଗ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଘରକୁ ଘର ଶୁଦ୍ଧ ପାଣି ଲୋକେ ପାଇ ପାରିବେ ବୋଲି ସରକାରଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ କାମ ଆରମ୍ଭ ହୋଇଯାଇଥିବା ବେଳେ ନିମ୍ନ ମାନର ପାଇପ ବିଛାଇ ଠିକାଦାର ବାବୁ ଜଣକ ମାଲେମାଲ୍‌ ହେଉଥିବା ଆଲୋଚନା ହେଉଛି । ଶିଶୁ ଶ୍ରମିକଙ୍କୁ ନିୟୋଜିତ କରାଯାଉତିବରେୁ ଶ୍ରମିକ ମାନେ କାମ ନ ପାଇ ବେହେଲା ହୋଇ ପଡିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଶ୍ରମିକ ବଦଳେ କାହିଁକି ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରିଛନ୍ତି ଠିକାଦାର ବାବୁ ଜଣକ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପାଇଖାନା ବ୍ୟବହାର ପାଇଁ ଉପଯୁକ୍ତ ହେଉଥିବା ଭଳି ପାଣି ପାଇପ ବିଛାଇ କୋଟି କୋଟି ଟଙ୍କାର ଘୋଟାଲ କରାଯାଉଥିବା ମଧ୍ୟ ଦାଧାରଣରେ ଆଲୋଚନା ହୋଇଛି । ତେବେ ଏହି ଠିକାଦାରଙ୍କ ପଛରେ ନିମ୍ନ ମାନର କାମ କରୁଥିବା ବେଳେ କାହାର ହାତ ଅଛି ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ତେବେ ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଇଁନ୍ତଲା ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.