ଗାଇସିଲାଟ ତହସିଲରେ ବିଷ ପିଇଲେ ଗଜିନ୍ଦ୍ର ବାରିକ : ଜମିପଟା ନହେବା କାରଣରୁ ଆତ୍ମହତ୍ୟା ଉଦ୍ୟମକୁ ନେଇ ଚର୍ଚ୍ଚା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ରାଇସଲ ପଦର ଗ୍ରାମର ଗଜିନ୍ଦ୍ର ବାରିକ ଗତକାଲି ସକାଳ ୯.ଘ ସମୟରେ ୫୦୫ ନାମକ ଏକ ବିଷପାନ କରିଥିଲେ । ଲୋକେ ମୁମୁର୍ଷୁ ଅବସ୍ଥାରେ ଛଟପଟ ହେଉଥିବା ଏହି ବ୍ୟକ୍ତିଙ୍କୁ ଦେଖୁଥିଲେ । ଘଟଣା ସ୍ଥଳକୁ କିଛି ବଦାନ୍ୟ ବ୍ୟକ୍ତି ଆସି ଅମ୍ବୁଲାନ୍ସ ଡାକି ତାଙ୍କୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ସୂଚନା ମିଳିଛି ଯେ, ୪ ମାସ ତଳେ ସେ ଝିଅର ବିବାହ କରିଥିଲେ । ମୁଣ୍ଡ ଉପରେ କରଜର ବୋଝ । ପଇସା ପାଇଁ ଲୋକେ ଘରକୁ ଆସିଥିଲେ । ଜମି ବିକି ରୁଣ ମୁକ୍ତ ହେବାକୁ ଗଜିନ୍ଦ୍ର ବାରିକ ଚାହୁଁଥିଲେ । ମାତ୍ର ଜମିର ପଟ୍ଟା ତାଙ୍କ ନାମରେ ନଥିଲା । ତହସିଲରେ ଆବେଦନ କରିଥିଲେ । ବହୁ ହଇରାଣ ହେବା ପରେ ମଧ୍ୟ ତାହା ହୋଇପାରି ନଥିଲା । ଏଣୁ ମାନସିକ ଭାରସାମ୍ୟ ହରାଇ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି ।

Leave A Reply

Your email address will not be published.