ଲୋକଙ୍କର ଆନ୍ତରିକତା ହିଁ ସଂସ୍କୃତିକୁ ବଞ୍ଚାଇ ପାରିବ

ଗାଇସିଲାଟ, (ପୁସ୍ତମ୍ ଯୁଆଡ଼ି ) : କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ପକ୍ଷରୁ ଗୁଗୁଲ ମିଟ୍ ମାଧ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କବି ଦିଲ୍ଲୀପ କୁମାର ସରାପଙ୍କର ଆବାହନରେ ମୁଖ୍ୟ ଅତିଥି ତଥା ବକ୍ତା ଭାବେ ଯୋଗଦେଇଥିଲେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ, ଅଧ୍ୟାପକ, କବି, ନାଟ୍ୟକାର, ଭାଷାବିତ, ନିର୍ଦ୍ଦେଶକ ପରମେଶ୍ବର ମୁଣ୍ଡ । ଆଲୋଚନାର ବିଷୟ ଥିଲା ”ପଶ୍ଚିମ ଓଡିଶାର ଲୋକ ସଂସ୍କୃତିକେ କଳାହାଣ୍ଡି ଲୋକ ସଂସ୍କୃତିର ଅବଦାନ” । ଆଲୋଚନା ଅବସରରେ ଶ୍ରୀ ମୁଣ୍ଡ କହିଥିଲେ ଯେ, ଯେତେ ଦିନ ପର୍ଯ୍ୟନ୍ତ ଲୋକମାନେ ନିଜର ସଂସ୍କୃତିକୁ ଆନ୍ତରିକତାର ସହିତ ଭଲ ପାଉଥିବେ ସେତେଦିନ ପର୍ଯ୍ୟନ୍ତ ସଂସ୍କୃତି ବଞ୍ଚିରହିବ । ଏହା ସହିତ ଦତ୍ତ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଡ଼. ସନ୍ତୋଷ କୁମାର ରଥ, ସଂଗୀତା ପଣ୍ଡା ଷଡଙ୍ଗୀ, ଅଧ୍ୟାପକ ସନ୍ତୋଷ ରାଉତ, ଅମରେଶ ଠାକୁର, ଶୋଭାକର ପ୍ରଧାନ, ମୁରଲୀ ଶିକା ଏବଂ ଶତାଧିକ କବି ଲେଖକ, ଭାଷାପ୍ରେମୀ ଏହି ଆଲୋଚନା ଚକ୍ରରେ ଯୋଗଦେଇଥିଲେ । ଯୁବ କବି, ଗବେଷକ, କଣ୍ଠଶିଳ୍ପୀ ମାନସ କୁମାର ଷଡଙ୍ଗୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କବି ପୁସ୍ତମ୍ ଯୁଆଡି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ଶେଷରେ କବି ବଲ୍ଲବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.