jayashree

ମା’ ପାର୍ବତୀ ନୋଡାଲ ମହିଳା ଏସ୍‌ଏଚ୍‌ଜି ଗୃପର ପ୍ରାୟ ଏକ ହଜାର ସଭ୍ୟାଙ୍କୁ ଟାଟା ପାୱାର କମ୍ପାନୀର ବହିଷ୍କାର ନେଇ ଉତ୍ତେଜନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର ମିଶନ ଶକ୍ତି ମାଧ୍ୟମରେ ଏସ୍‌ଏଚ୍‌ଜି ଗୃପର ମହିଳା ମାନଙ୍କୁ ନେଇ ଗଠିତ ହୋଇଛି ଜୀବିକା ମିଶନ । ତେବେ ସାଉଥ- କୋ’ରେ ନିୟୋଜିତ ମା’ ପାର୍ବତୀ ନୋଡାଲ ମହିଳା ଏସ୍‌ଏଚ୍‌ଜି ଗୃପର ପ୍ରାୟ ଏକ ହଜାର ମହିଳା ଏସ୍‌ଏଚ୍‌ଜି ସଭ୍ୟାଙ୍କୁ ଟାଟା ପାୱାର କମ୍ପାନୀ ବହିଷ୍କାର କରିଦେଇଛନ୍ତି । ତା’ ପ୍ରତିବଦଳରେ ଟାଟା କମ୍ପାନୀ ସେ ଅନ୍ୟ ନୂଆ ଲୋକଙ୍କୁ ନିୟୋଜିତ କରିଥିବା କୁହାଯାଇଛି । ଏ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରେ ପ୍ରତିବାଦ ହୋଇଥିବା ଜଣାଯାଇଛି ।

ମହିଳା ମାନଙ୍କର ଥଇଥାନ ଏବଂ ବିଭିନ୍ନ ସ୍ଥାନରେ ବିଭିନ୍ନ କ୍ଷେତ୍ରରେ ଏସ୍‌ଏଚ୍‌ଜି ଗୃପ ଗଠନ କରାଯାଇ ମହିଳା ସଦସ୍ୟଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଇ ଆତ୍ମନିର୍ଭରଶୀଳ ଦିଗରେ ରାଜ୍ୟ ଓ କେନ୍ଦ୍ର ସରକାର ଗୁରୁତ୍ୱପ୍ରଦାନ କରିଆସିଛନ୍ତି । ସେମାନେ ନିଜେ କାମ କରି ଅନ୍ୟଙ୍କୁ ଓ ସାମୂହିକ ଦିଗରେ ସ୍ୱାବଲମ୍ବନଶୀଳ ହୋଇ ନିଜ ପରିବାରର ଜୀବିକା ନିର୍ବାହ ଦିଗରେସହାୟକ ହୋଇଆସିଛନ୍ତି । ଜୀବିକା ମିଶନରେ ଗଞ୍ଜାମ ଜିଲ୍ଲା ଅଧିକ ଶକ୍ତିଶାଳୀ ହୋଇ ଉଠିଥିବା କୁହାଯାଏ । କିନ୍ତୁ ଗଞ୍ଜାମ ଜିଲ୍ଲାରେ ଗଢ଼ିଉଠିଥିବା ବହୁଳ ମହିଳା ଆତ୍ମସହାୟକ ସଂଘ ଏସ୍‌ଏଚ୍‌ଜି ଗୃପକୁ ଏବେ ଅନେକ ପ୍ରକାର ବାଧାବିଘ୍ନ ସହ କେତେକ ପ୍ରତିବନ୍ଧକ ର ଶିକାର ହେବାକୁ ପଡିଛି । ଜଣାପଡ଼ିଛି ଯେ, ମା’ ପାର୍ବତୀ ନୋଡାଲ ମହିଳା ଏସ୍‌ଏଚ୍‌ଜି ଗୃପର ପ୍ରାୟ ଏକ ହଜାର ମହିଳା ଏସ୍‌ଏଚ୍‌ଜି ସଭ୍ୟାଙ୍କୁ ଟାଟା ପାୱାର କମ୍ପାନୀ ବହିଷ୍କାର ନେଇ ପ୍ରଶାସନଠାରେ ପ୍ରତିବାଦ ହୋଇଛି । ଏସ୍‌ଏଚ୍‌ଜି ମହିଳା ସାଉଥ-କୋ’ରେ ନିୟୋଜିତ ମହିଳାଙ୍କୁ ବହିଷ୍କାର ନେଇ ନୋଡାଲ ମହିଳା ଏସ୍‌ଏଚ୍‌ଜି ଟିମ୍ ଏନେଇ ରାଜ ଦରବାର ସାମନାକୁ ଆସିଛି ।

ଅଭିଯୋଗ ହୋଇଛି ଯେ, ପ୍ରଶାସନର ଅଣଦେଖା ହେତୁ ବିଭିନ୍ନ ସ୍ଥାନରେ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଇଥିବା ମହିଳା ଗୃପ ଏବେ ବିଭିନ୍ନ ପ୍ରତିବନ୍ଧକର ଶିକାର ହୋଇଛନ୍ତି । ସେମାନେ ସେମାନଙ୍କ ଜୀବିକା ନିର୍ବାହ ଦିଗରେ ଏବେ ବାଧକ ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ସୋମବାର ୧ ଶହ ଗୋଟି ନୋଡାଲ ସୃଷ୍ଟି ହୋଇଛି ଗୃପର ସମସ୍ତ ସମ୍ପାଦକ ଓ ସଭାନେତ୍ରୀ ଗଣ ନିଜର ଦସ୍ତଖତ ଥିବା ଏକ ସ୍ମାରକପତ୍ର ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ସମବେତ ହୋଇଥିଲେ ଏବଂ ଉକ୍ତ ସ୍ମାରକପତ୍ର ରାଜ୍ୟସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ପ୍ରାୟ ୧ ହଜାର ଜଣ ମହିଳା ଦୀର୍ଘ ୧୦ ବର୍ଷ ଧରି ସାଉଥକୋ’ କାର୍ୟ୍ୟରେ ନିୟୋଜନ ହୋଇଥିଲେ । ସେମାନେ ବିଦ୍ୟୁତ ବିଲ୍ ସଂଗ୍ରହ କାର୍ୟ୍ୟରେ ଘରକୁ ଘର ଯାଇ ବିଦ୍ୟୁତ ବିଲ୍ ଗ୍ରାହକଙ୍କୁ ଦେଇ ଗ୍ରାହକଙ୍କ ଠାରୁ ବିଦ୍ୟୁତ ବିଲ ଦେୟ ଆଣି ଅଫିସ୍‌ରେ ଦାଖଲ କରୁଥିଲେ । ଏହାଦ୍ୱାରା ସେମାନଙ୍କର ଏହି କ୍ଷେତ୍ରରେ ଏକ କର୍ମ ନିୟୋଜନର ପନ୍ଥା ଭାବେ ଭଲ ସୁଯୋଗ ମିଳିଥିଲା । ନିଜ ପରିବାରର ଗୁଜୁରାଣ ମେଣ୍ଟାଇବାରେ ମହିଳା ମାନେ ସହାୟକ ହୋଇ ଆସିଥିଲେ । ଏବେ ଏ କ୍ଷେତ୍ରରେ ସେମାନଙ୍କର ଜୀବିକାରେ ବାଧକ ସାଜିଲା ଟାଟା ପାୱାର କମ୍ପାନୀ । ନିୟୋଜିତ ସମସ୍ତ ମହିଳାଙ୍କୁ ବାହାର କରି ଟାଟା ପାୱାର କମ୍ପାନୀ ନୂତନ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ଫଳରେ ଆତ୍ମ ନିର୍ଭରଶୀଳ ହୋଇଥିବା ସୃଷ୍ଟି ହୋଇଛି ଗୃପର ପ୍ରାୟ ଏକ ହଜାର ମହିଳା ଏବେ ପ୍ରତିବନ୍ଧକରେ ଶିକାର ହୋଇ ଜିଲ୍ଲା ପ୍ରଶାସନ ଜରିଆରେ ରାଜ୍ୟ ମିଶନ ଶକ୍ତିର ମାନ୍ୟସ୍ପଦ ସୁଜାତା କାର୍ତ୍ତିକେୟନ ମ୍ୟାଡାମ ଏବଂ ରାଜ୍ୟପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ଏ ସମ୍ପର୍କରେ ପ୍ରଶାସନ ହୃଦୟଙ୍ଗମ କରି ମହିଳା ଏସ୍‌ଏଚ୍‌ଜି ଗୃପଙ୍କୁ ଥଇଥାନ କରି ଗଞ୍ଜାମ ଜିଲ୍ଲାର ଜୀବିକା ମିଶନଙ୍କୁ ଉଜ୍ଜୀବିତ କରିବା ଆଶା କରାଯାଏ । ଏହା ନ ହେଲେ ସରକାରଙ୍କ ଏହି ମହତ୍ୱପୂର୍ଣ୍ଣ ଯୋଜନାରେ ବିରାଟ ଫାଟ ଦେଖାଯିବ । ଏହା ଆମ ସମାଜକୁ ଅତ୍ୟନ୍ତ ଲଜ୍ୟା ଓ ଅପମାନ ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଛି ।

Leave A Reply

Your email address will not be published.