ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପିର ସାଙ୍ଗଠାନିକ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲସ୍ଥିତ ନୃସିଂହନାଥ ଆଇଓସିଏଲ ଅତିଥି ଭବନ ଠାରେ ଭାରତୀୟ ଜନତାପାର୍ଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ ଜିଲ୍ଲା ଉପସଭାପତି ସରୋଜ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଯୋଗଦେଇ ଆଗାମୀ ପଞ୍ଚାୟତ ନିର୍ବାଚନ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ବିଜୟୀ କରାଇବାକୁ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରିବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ଵାନ ଦେଇଥିଲେ । ସାଧାରଣ ଜନତାଙ୍କ ବିକାଶ ପାଇଁ କେନ୍ଦ୍ରରୁ ଆସୁଥିବା ଯୋଜନାର ସଫଳ ରୂପାୟନ ପାଇଁ ପଞ୍ଚାୟତସ୍ତରରୁ ଭାଜପା କାର୍ଯ୍ୟକର୍ତ୍ତା ନିର୍ବାଚିତ ହୋଇ ଆସିବା ଅପରିହାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ । ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀ ସଙ୍ଗଠନର ଆଗାମୀ କାର୍ଯ୍ୟକ୍ରମ ସୂଚୀ ପ୍ରକାଶ କରିବା ସହ ତୃଣମୂଳ ସ୍ତରରୁ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ସଙ୍କଳ୍ପ ନେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ପ୍ରୀତେଶ ବହିଦାର, ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ପଦ୍ମପୁର ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ ନିଜ ନିଜ ବକ୍ତବ୍ୟରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ଆହ୍ୱାନ ଦେଇଥିଲେ । ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ସଙ୍ଗଠନ ଓ ଜିଲ୍ଲା ସଙ୍ଗଠନରେ ଦାୟିତ୍ୱ ନେଇଥିବା ଅନେକ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ ସହ ଦଳ ସେମାନଙ୍କ ଉପରେ ଗଭୀର ବିଶ୍ୱାସର ସହ ଦେଇଥିବା ଗୁରୁ ଦାୟିତ୍ୱକୁ ନିର୍ବାହନ କରିବାକୁ ପ୍ରତିଶୃତିବଦ୍ଧ ବୋଲି ମତପ୍ରକାଶ ପାଇଥିଲା । ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ଗୋବର୍ଦ୍ଧନ ଅଗ୍ରୱାଲ, ଝାରବନ୍ଧ ବ୍ଲକ ସାଂସଦ ପ୍ରତିନିଧି ହରିହର ସାହୁ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ପୁରୁଷୋତ୍ତମ ନାଏକ, ଡା ଲମ୍ବୋଦର ପଣ୍ତା, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଲରାମ ସାହୁ, ପଦ୍ମପୁର ବ୍ଲକ ସାଂସଦ ପ୍ରତିନିଧି ଡା ଶ୍ରୀକାନ୍ତ ପାଣିଗ୍ରାହୀ, ପଦ୍ମପୁର ନଗର ସାଂସଦ ପ୍ରତିନିଧି ଚିନ୍ମୟ ପଣ୍ତା, ଜିଲ୍ଲା ପରିଷଦ ସଦସ୍ୟା ରମିଲା ଲୁହାର, କୁମୁଦିନି ସାହୁ, ଜିଲ୍ଲା ସଂପାଦିକା ସରସ୍ଵତୀ ସାହୁ ମଞ୍ଚାସୀନ ଥିବା ବେଳେ ସମସ୍ତ ମଣ୍ତଳ ସଭାପତି, ସାଧାରଣ ସଂପାଦକ ଓ ବରିଷ୍ଠ କାର୍ଯ୍ୟକର୍ତ୍ତା ବୈଠକରେ ଉପସ୍ଥିତ ଥିଲେ । ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ ସଭାରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.