csstore

ଆଜି ପୁଣି ଓଡ଼ିଶାରୁ ୧୬୪୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୁଣି ଓଡ଼ିଶାରୁ ୧୬୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୫୫ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୬୯୩ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୯, ବାଲେଶ୍ୱରରୁ ୮୩, ବରଗଡ଼ରୁ ୧୭, ଭଦ୍ରକରୁ ୭୭, ବଲାଙ୍ଗିରରୁ ୧, ବୌଦ୍ଧରୁ ୫, କଟକରୁ ୩୩୫, ଦେବଗଡ଼ରୁ ୧, ଢେଙ୍କାନାଳରୁ ୫୪, ଗଜପତିରୁ ୫, ଗଂଜାମରୁ ୧୧, ଜଗତସିଂହପୁରରୁ ୧୧୨, ଯାଜପୁରରୁ ୧୧୩, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୫୦, କେଉଁଝରରୁ ୨୧, ଖୋର୍ଦ୍ଧାରୁ ୨୩୦, କୋରାପୁଟରୁ ୬, ମାଲକାନଗିରିରୁ ୩୫, ମୟୁରଭଂଜରୁ ୭୭, ନବରଙ୍ଗପୁରରୁ ୧୨, ନୟାଗଡ଼ରୁ ୭୩, ନୂଆପଡ଼ାରୁ ୭, ପୁରୀରୁ ୬୭, ରାୟଗଡ଼ାରୁ ୨୧, ସମ୍ବଲପୁରରୁ ୨୪, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୩୩ ଏବଂ ଷ୍ଟେଟ୍‌ ପୁଲ୍‌ ୪୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜି ଯାଏଁ ୯୫୫୯୭୪ ଜଣ ସମୁଦାୟ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୩୦୪୧୮ ଜଣ ସୁସ୍ଥ ହୋଇଛନ୍ତି । ୨୦୩୮୭ ଜଣ ଏବେ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସୂଚନାରେ କୁହାଯାଇଛି ।

jayashree
Leave A Reply

Your email address will not be published.