ଜଗବନ୍ଧୁଙ୍କ ପ୍ରେମସିନ୍ଧୁ କାଳ୍ପନିକ କାବ୍ୟ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାମଜୀ ହାଇସ୍କୁଲ କୁରୁଲ ଠାରେ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ସଭାପତିତ୍ୱରେ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ତେବେ ଏଥିରେ ବିଷ୍ଣୁମୁଣ୍ଡା ନିବାସୀ ଜଗବନ୍ଧୁ ପଟେଲଙ୍କ ଏକ କାଳ୍ପନିକ କାବ୍ୟ ପ୍ରେମସିନ୍ଧୁ ଉନ୍ମୋଚିତ ହୋଇ ଲୋକାର୍ପିତ ହୋଇଥିଲା । ୨୦ ଅଧ୍ୟାୟ ବିଶିଷ୍ଟ ଏହି ପ୍ରେମ କାବ୍ୟକୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟ ଅତିଥି, ଐତିହାସିକ ଡ. ସୁଧାଂଶୁ ଭୂଷଣ ପଟ୍ଟନାୟକ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ବେହେରା, କବି ରାମଚନ୍ଦ୍ର ପଟେଲ, କବି ସନ୍ଦୀପ କୁଅଁର, କଣ୍ଠଶିଳ୍ପୀ ଦେବାଶିଷ ଦେଶୀନାଏକ, ଚିତ୍ରଶିଳ୍ପୀ ଦିଲିପ ସିଂଦେଓ, କଳାକାର ଭକ୍ତ ନାଏକ, କବୟତ୍ରୀ ଲିଲି ପଟେଲ, ସୁସ୍ମିତା ପଟେଲ, କବି ଜଗବନ୍ଧୁଙ୍କ କାବ୍ୟକୁ ଉନ୍ମୋଚିତ କରି ଲୋକାର୍ପିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଛୁରିଆ ରୀତି ଯୁଗର ବ୍ୟାଖା କରି କବି ଜଗବନ୍ଧୁଙ୍କ ଲେଖନୀକୁ ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଡ. ପଟ୍ଟନାୟକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାଁ ନେଇ ପଶ୍ଚିମ ଓଡିଶାରେ ମଧ୍ୟ ଭଞ୍ଜ ସାହିତ୍ୟ ଆଧାରରେ ଲେଖନୀ ଚାଳନା କରି କବି ଜଗବନ୍ଧୁ ବଲାଙ୍ଗିର ଜିଲ୍ଲାକୁ ଧନ୍ୟ କରିପାରିଛନ୍ତି । ଏହି ଉତ୍ସବରେ ଅଘରିଆ ସମାଜ ସଭାପତି ହରିଶଙ୍କର ସାଏ, ମଣ୍ଡଳ ସଭାପତି ଦ୍ୱାରିକାନାଥ ପଟେଲ, ଦୁଷ୍ମନ୍ତ ପଟେଲ, ବୃନ୍ଦାବନ ନାଏକ, ପ୍ରଭୁ ନାଏକ, ଧୋବେଇ ପଟେଲ, ଯୁଗେଶ୍ୱର ନାଏକ, ପୂର୍ଣ୍ଣ ପଟେଲ, ମନୋରଂଜନ ସାଏ, ଗୋବିନ୍ଦ ନାଏକ, ସୁରଥ ନାଏକ, ମକୁନ୍ଦ ବଗର୍ତ୍ତି, ସାରଙ୍ଗ ପଟେଲ, ଶଶାଙ୍କ ପଟେଲ, ଅସ୍ୱିନୀ ନାଏକ, ରଶ୍ମି ପଟେଲ, ଚନ୍ଦ୍ର ଶେଖର ପଟେଲ, ସୁକ ପଟେଲ, ନକୁଳ ନାଏକ, ରଘୁନାଥ ପଟେଲ, ସମିର ପଟେଲ, ସୁଜାତା ପଟେଲ, ରଶ୍ମିରେଖା ପଟେଲ, ବିଧାନ ଚନ୍ଦ୍ର ନାଏକ, କବି ଉକାଲୁ ସା, ବ୍ରହ୍ମାନନ୍ଦ ବନଛୋର, ହୃଷିକେଶ ପୁରୋହିତ, ଡ. ଭବାନି ଶଙ୍କର ପଟେଲ ସହଯୋଗ କରିଥିଲେ । କବି ନବ ବେହେରା, ରାଜିବ ଲୋଚନ ଆ·ର୍ଯ୍ୟ, ସବିତା ମହରାଙ୍କ ସଂଯୋଜନାରେ ଏକ କବିତା ପାଠୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସୁସ୍ମିତା ପ୍ରଡକ୍ସନ ବିଷ୍ଣୁମୁଣ୍ଡା ନିବେଦିତ ଜଗବନ୍ଧୁ ପଟେଲଙ୍କ ରଚିତ, ଭକ୍ତ ନାଏକଙ୍କ ନିର୍ଦ୍ଦେଶିତ ଓ ନୃତ୍ୟ କ୍ୟାସେଟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଶେଷରେ ଧନ୍ୟବାଦ ଦେଇଥିଲେ କବି ଜଗବନ୍ଧୁ ପଟେଲ ।

Leave A Reply

Your email address will not be published.