jayashree

ସାର ସମସ୍ୟାରେ ଚାଷ ଓ ଚାଷୀ ବନ୍ଧା

ପାଟଣାଗଡ଼, (ଗୋରେଖନାଥ ବରିହା) : ଚାଷୀମାନେ ଚାହିଦା ମୁତାବକ ସାର ପାଉନଥିବାରୁ ପାଟଣାଗଡ଼ ଉପଖଣ୍ଡରେ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଜଳସେଚନର ଖାସ ବ୍ୟବସ୍ଥା ନଥିବାରୁ ଉପଖଣ୍ଡର ଚାଷ ବିଶେଷତଃ ବର୍ଷା ଜଳ ଉପରେ ନିର୍ଭର କରିଥାଏ । ସୁଚନା ଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ତଥା ବଲାଙ୍ଗିର ଜିଲ୍ଲାରେ ଧଳା ସୁନା କହୁଯାଉଥିବା କପା ଚାଷ ବହୁଳ ପରିମାଣରେ ଚାଷୀମାନେ କରିଥାନ୍ତି । କପା ଚାଷ ପାଇଁ ଏବେ ହୁଡା ଟେକା କାମରେ ୟୁରିଆ ସାର ପ୍ରୟୋଗ ନିହାତି ଆବଶ୍ୟକ ପଡୁଥିବା ବେଳେ ୟୁରିଆ ସାର ମିଳୁନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ୪ ଶହରୁ ୫ ଶହ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ବର୍ଷା ଏବେ ଠିକ୍ ଥିବା ବେଳେ ସାର ସମସ୍ୟା ବାଧା ସୃଷ୍ଟି କରୁଛି । ଖୋଲା ବଜାରରେ ଦୁଇଗୁଣରୁ ଅଧିକ ଦରରେ ସାର ମିଳୁଛି । ଅସାଧୁ ବେପାରୀଙ୍କ ପାଇଁ ପ୍ରଶାସନର ହୁଗୁଲା କାରବାର ବେଶ୍ ସୁହାଉଛି । ଚାଷୀ ହଇରାଣ ହେଉଛନ୍ତ ଏବଂ ସମୟ ଗଡିଯିବା ଭୟରେ ଶେଷକୁ ଯୋଗାଡ଼ ଆଦି କରି କଳା ବଜାରରୁ ଲୁଣ୍ଠିତ ହେବାକୁ ବାଧ୍ୟ କରୁଛି । ସମବାୟ ସମିତିରୁ ୠଣ ନେଇଥିବା ଚାଷୀମାନେ ମଧ୍ୟ ସମିତିରୁ ସାର ପାଇ ପାରୁନଥିବା ଅଭିଯୋଗ କରିଛନ୍ତି । ସାର ପାଇଁ ଏଭଳି ହଇରାଣ ଚାଷୀ କେବେ ହୋଇନଥିଲା । ଗୁହାରି କରିବାକୁ ପ୍ରଶାସନ ପାଖକୁ ଧାଧପଡରେ ସମୟ ଯାଉଛି, ହେଲେ ସାର ମିଳୁନାହିଁ । ଭାଗ୍ୟକୁ ଆଦରିବା ଛଡ଼ା ଚାଷୀ ପାଖରେ ଅନ୍ୟ ଉପାୟ ନାହିଁ ବୋଲି ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.