oom

ଏବିଡିଓଙ୍କୁ ଆକ୍ରମଣ : ଥାନାରେ ଜଣେ ଅଟକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ସହକାରୀ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ବିଡିଓ ଦିଲ୍ଲିପ କୁମାର ଷଡଙ୍ଗି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଏ ସଂକ୍ରାନ୍ତରେ ଡେଲାଙ୍ଗ ଥାନାରେ କେସ ନମ୍ବର ୧୬୩/୨୧ରେ ଏକ ମାମଲା ରୁଜ୍ଜୁ କରାଯିବା ସହିତ ପୁଲିସ ଜଣକୁ ଅଟକ ରଖି ତଦନ୍ତ ଚଳାଉଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । ପୁଲିସ ସୁତ୍ରରୁ ପ୍ରକାଶ ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଡେଲାଙ୍ଗ କୋଠାବାଡି ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ଆବାସ ଯୋଜନା ନିମନ୍ତେ ବ୍ଲକ ପକ୍ଷରୁ ଏକ ଟିମ ତଦନ୍ତ କରୁଥିବା ସମୟରେ ଜଣେ ନିଶାଶକ୍ତ ଯୁବକ ହଠାତ୍‌ ତଦନ୍ତକାରୀ ଟିମ୍‌କୁ ଗାଳି ଗୁଲଜ କରିବା ସହିତ ଏବିଡିଓ ପ୍ରଦୀପ୍ତ ନାୟକଙ୍କୁ ଧକ୍କା ମାରିବା ସହିତ ଜଣେ ପଞ୍ଚାୟତ ଅଧିକାରୀଙ୍କୁ କଟୁରୀରେ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ତଦନ୍ତ କରାଯାଉଥିବା ବେଳେ ଡେଲାଙ୍ଗ ପୁଲିସ ଘଟଣାରେ ସପୃକ୍ତ ଥିବା ଜଣେ ବ୍ୟକ୍ତିକୁ ଥାନାରେ ଅଟକ ରଖି ପଚରା ଉଚାରା ଚଳାଇଛନ୍ତି । ଖୁବଶିଘ୍ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ରଶ୍ମିରଞ୍ଜନ ପଟ୍ଟନାୟକ ସୁଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.