ଜନସଂଖ୍ୟା ଆଇନ ପ୍ରଣୟନ ଦାବୀରେ ପ୍ରଧାନମନ୍ତ୍ରୀଙ୍କୁ ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନ ୧୧.୩୦ ସମୟରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ବଲାଙ୍ଗିର ପକ୍ଷରୁ କଠୋର ଜନସଂଖ୍ୟା ଆଇନ ସଂସଦରେ ପ୍ରଣୟନ କରିବାକୁ ଦାବୀ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ପ୍ରଦାନ କରାଯାଇଛି । ଭାରତର ବର୍ତମାନ ଜନସଂଖ୍ୟା ୧୪୦ କୋଟି ଟପି ଗଲାଣି । ଆଜି ଭାରତରେ ପ୍ରତି ବର୍ଗ କିଲୋମିଟରରେ ୪୧୧ ଲୋକ ବସବାସ କରୁଛନ୍ତି । ଚାଇନା ପରେ ଏହା ପୃଥିବୀର ସବୁଠୁ ଅଧିକ । ସେହିପରି କ୍ଷେତ୍ରଫଳ ତୁଳନାରେ ଅଧିକ ଜନସଂଖ୍ୟା ହେତୁ ପରିବେଶ ଉପରେ ପ୍ରଭାବ ପଡୁଛି । ଏହି ସବୁକୁ ଦୃଷ୍ଟିରେ ରଖି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସବୁ ବର୍ଗର ନାଗରିକଙ୍କ ପାଇଁ ସର୍ବାଧିକ ୨ ଟି ସନ୍ତାନ ଆଇନ ପ୍ରଣୟନ କରିବାକୁ ଦାବୀ କରାଯାଇଛି । ଯଦି କୌଣସି ପରିବାରର ଦୁଇରୁ ଅଧିକ ସନ୍ତାନ ଥାଆନ୍ତି, ତାଙ୍କୁ ସରକାରୀ ସୁବିଧାରୁ ବଞ୍ଚିତ କରିବା ସହ ଅର୍ଥଦଣ୍ଡ ବିଧାନ ଦାବୀ ମଧ୍ୟ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ରାଜ୍ୟ ସମ୍ପାଦକ ଶ୍ରୀ ଗୋପାଲଜୀ ପାଣିଗ୍ରାହୀ, ବଲାଙ୍ଗିର ଜିଲ୍ଲା ସଭାପତି ଭବାନିଶଙ୍କର ଶତପଥୀ, ସଚେତନ ମହିଳା ସଂଗଠନର ନେତ୍ରୀ ନିହାରିକା ମିଶ୍ର, ମୁନା ପଟ୍ଟନାୟକ, ଶ୍ରୀରାମ ପଟ୍ଟନାୟକ, ବିନୋଦ କାଳସାଇ, ରବି ଖମାରୀ, ଅକ୍ଷୟ ପଟେଲ, ବିବେକ କୁମାର, ଜୋଶେସ ପାଣ୍ଡେ, ଛୋଟୁ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.