csstore

ସିଏସସି ପକ୍ଷରୁ ଛାତ୍ରୀଙ୍କୁ ସାନିଟରି ପ୍ୟାଡ୍‌ ବଣ୍ଟନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତ ଜନସେବା କେନ୍ଦ୍ର ପକ୍ଷରୁ ସମସ୍ତ କୋଭିଡ କଟକଣା ମାନି ଘୋରଡିଆ ନୋଡାଲ ହାଇ ସ୍କୁଲର ୫୦ ଜଣ ଛାତ୍ରୀଙ୍କୁ ୬୦୦ଟି ସାନିଟରି ପ୍ୟାଡ ବଣ୍ଟନ କରଯାଇଛି । ଛାତ୍ରୀମାନଙ୍କ ମାସିକ ୠତୁସ୍ରାବ ସମୟରେ ସ୍ୱଚ୍ଛତା ଓ ସୁସ୍ଥତା ଅବଲମ୍ବନ ପାଇଁ ପ୍ରତ୍ୟେକଙ୍କ ପାଇଁ ୧୨ଟି ଲେଖାଏ ସାନିଟରି ପ୍ୟାଡ ବା ନାପକିନ ପ୍ରଦାନ କରଯାଇଥିଲା । ଏହାକୁ ସିଏସସିର ପରିଚାଳକ ପ୍ରକାଶ କୁମାର ଜେନା ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁର୍ଦଶନ ପରିଡା, ବିଜ୍ଞାନ ଶିକ୍ଷକ ଗୋବର୍ଦ୍ଧନ ବରାଳ, ଶିକ୍ଷୟତ୍ରୀ ସୁରଭି ପ୍ରଧାନ, କୁନ୍ତଳା ବିଶ୍ୱାଳ, ମମତା ବେହେରା, ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଉଜ୍ଜଳା ଦିଦି ସୁମିତ୍ରା ମହାପାତ୍ର, ଚନ୍ଦ୍ରକାନ୍ତ ମହାପାତ୍ର, ନିଲାମ୍ବର ନାୟକ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.