ଜନ୍ମଦିନରେ ଅସହାୟ ରୋଗୀଙ୍କୁ ରକ୍ତଦାନ କଲେ ଅବନୀ

ଦେଓଗାଁ, (ମନୀଷ କୁମାର ସାହୁ) : ନିଜ ଜନ୍ମଦିନରେ ଜଣେ ଅସହାୟ ରୋଗୀଙ୍କୁ ରକ୍ତଦାନ କରି ତାଙ୍କ ଅମୁଲ୍ୟ ଜୀବନକୁ ବଞ୍ଚାଇ ଜନ୍ମଦିନକୁ ଆହୁରି ସ୍ମୃତିପୂର୍ଣ୍ଣ କରିଛନ୍ତି ଦେଓଗାଁ ବ୍ଲକର ଜଣେ ସ୍ୱେଚ୍ଛାକୃତ ରକ୍ତଦାତା । ପ୍ରକାଶ ଯେ, ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ଝାରମୁଣ୍ଡା ଗାଁର ସ୍ୱେଛାସେବୀ ତଥା ରକ୍ତଦାତା ଅବନୀ ସାହୁଙ୍କ ଜନ୍ମଦିନ ଥିବା ସତ୍ୱେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଜନୈକ ଅସହ୍ୟ ରୋଗୀଙ୍କୁ ରକ୍ତ ଦରକାର ଥିଲା । ଏହି ଖବର ପାଇବା ପରେ ରକ୍ତ ଭଣ୍ଡାରକୁ ଯାଇ ରକ୍ତଦାନ କରିଛନ୍ତି । ଯାହାକୁ ନେଇ ଏବେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି । ଏହି ଅବସରରେ ରକ୍ତଦାତା ଅଜିତ ଭୋଇ, ଜୟଦେବ ଜାଲ, ସନ୍ତୋଷ କର୍ମୀ ଓ ନିତ୍ୟାନନ୍ଦ ଷଡଙ୍ଗୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.