oom

କୋଭିଡ କଟକଣା ମଧ୍ୟରେ ଗୁଦେରପାଲି ରଥ ତୃତୀୟା ସମ୍ପନ୍ନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଦୁଇ ବର୍ଷ ଧରି ଦେଖାଦେଇଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ସରକାରୀ କଟକଣା ମଧ୍ୟରେ ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ରଥ ତୃତୀୟା ସମ୍ପନ୍ନ ହୋଇଯାଛି । କିଛି ବର୍ଷ ପୂର୍ବରୁ ଗାଁ ଗୌଉନ୍ତିଆଙ୍କ ବଡ଼ ପୁଅ ରଥ ଦ୍ୱିତୀୟା ଦିନ ମୃତ୍ୟୁ ବରଣ କରିଥିଲେ। ସେହି ଦିନଠାରୁ ଗୁଦେରପାଲି ଗାଁରେ ରଥ ଦ୍ୱିତୀୟା ଦିନ ବଦଳରେ ତୃତୀୟା ଦିନ ରଥ ଟଣାଯାଏ । ସକାଳୁ ପାରମ୍ପରିକ ରୀତିନୀତି ଅନୁସାରେ ପଣ୍ଡିତ ତରଣୀ ସେନ ଦେବତା ପୂଜାର୍ଚ୍ଚନା କରି ଅପରାହ୍ନ ସମୟରେ ପ୍ରଭୁ ଜଗନ୍ନାଥଙ୍କୁ ମନ୍ଦିରରୁ ବାହାରକରି ରଥ ବଦଳରେ ହାତରେ ଝୁଲାଇ ଝୁଲାଇ ଗାଁ ମଝିରେ ଥିବା ଗୁଣ୍ଡିଚା ମନ୍ଦିର ସ୍ଵରୁପ କ୍ଳବ ଘର ନିକଟକୁ ମହାପ୍ରଭୁଙ୍କୁ ନିଆଯାଇଛି । ଏଥିରେ ପଣ୍ଡିତ ତରଣୀ ସେନ ଦେବତା, ବାବୁଲୁ ଦେବତା, ଗାଁ ଗୌଉନ୍ତିଆ ରାମଚନ୍ଦ୍ର ପାତ୍ର, କେଶବ ପାତ୍ର, ହିରାଧ ପ୍ରଧାନ, କଏଁରି ପ୍ରଧାନ, ରିଲୁ ପାତ୍ର, ନରୋତ୍ତମ ପାତ୍ର, ପ୍ରଜାପତି ପଧାନ, ନେହେରୁ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.