ମାନବିକତା ଦେଖାଇଲେ ଯୁବ ସ୍ୱେଚ୍ଛାସେବୀ ରୂପେନ୍ ଓ ଶଙ୍କର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କାଲି ସନ୍ଧ୍ୟା ୫.୩୦ ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଚିରୋଲି ଛକ ଠାରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ସୂଚନା ମୁତାବକ ବ୍ୟକ୍ତି ଜଣକ ପାଇକମାଲ ପଟୁ ଆସୁଥିବା ବେଳେ ହଟାତ ଚିରୋଲି ଛକ ଠାରେ ଗାଇ ପଲ ଦୌଡି ଆସିଥିଲେ । ଯହା ଫଳରେ ସେ ପଡ଼ି ଯାଇଥିଲେ, ଖବର ପାଇ ଚାରପାଲି ଗାଁର ରୁପେନ ପାଣ୍ଡେ ଓ ଶଙ୍କର ସାହୁ ୧୦୮କୁ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ପଦ୍ମପୁର ହସ୍ପିଟାଲକୁ ଆଣି ତାଙ୍କର ଚିକିତ୍ସା କରିଥିଲେ । ରୂପେନ୍ ଓ ଶଙ୍କରଙ୍କର ଏହି ମହତ କାମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.