ppurohit

ବଲାଙ୍ଗିର ସ୍ୱେଛାସେବୀ ସଂଗଠନ ପକ୍ଷରୁ ୭ ଦଫା ଦାବୀପତ୍ର ପ୍ରଦାନ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅସହାୟ ରୋଗୀ ଓ ପରିଜନ ବିଭିନ୍ନ ସମୟରେ ବଲାଙ୍ଗିର ରକ୍ତ ଭଣ୍ଡାର କର୍ମଚାରୀଙ୍କ ଦୁର୍ନୀତି ଓ ଦୁର୍ବ୍ୟବହାରର ଶିକାର ହେଉଥିବା ଅଭିଯୋଗ ହେଉଛି । ଏହି ସମସ୍ୟାର ସମାଧାନ ପାଇଁ ଆଜି ବଲାଙ୍ଗିର ସ୍ୱେଛାସେବୀ ସଂଗଠନ ପକ୍ଷରୁ ଗୋବିନ୍ଦ ଶତପଥି ଓ ଅଜୟ ନାଗ ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାର ସୁପରଷ୍ଟେଣ୍ଡେଣ୍ଟଙ୍କ ସହ ଆଲୋଚନ କରିବା ସହ ଏକ ୭ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବୀପତ୍ରରେ, ପ୍ରତିଦିନ ରକ୍ତ ଭଣ୍ଡାରରେ ମହଯୁଦ ଥିବା ରକ୍ତ ତାଲିକା ନୋଟିସ ବୋର୍ଡ ମାଧ୍ୟମରେ ପ୍ରଦାନ କରାଯିବା, ରକ୍ତଦାନ ଓ ବ୍ୟବହୃତ ସମସ୍ତ ରକ୍ତର ସଂପୂର୍ଣ୍ଣ ବିବରଣୀ ରକ୍ତଦାତା ଅନୁଷ୍ଠାନକୁ ପ୍ରଦାନ କରାଯିବା, ରକ୍ତ ଭଣ୍ଡାରରେ ଟଙ୍କା କାରବାର ସଂପୂର୍ଣ୍ଣ ବନ୍ଦ କରିବା, ରକ୍ତ ଭଣ୍ଡାରରେ ଯଥା ଶୀଘ୍ର ସିସିଟିଭି କ୍ୟାମେରା ଲଗାଯିବା, ରକ୍ତଭଣ୍ଡାର କର୍ମଚାରୀଙ୍କ ବ୍ୟବହାର ଉପରେ ନଜର ରଖାଯିବା, ଶବବାହକ ଗାଡି ଠିକ ସମୟରେ ଯୋଗଇ ଦିଆଯିବା ଓ ବର୍ଷା ଦିନରେ ସର୍ଜରି ୱାର୍ଡ ସମ୍ମୁଖରେ ଜମୁଥିବା ପାଣି ପାଇଁ ବନ୍ଦୋବସ୍ତ କରାଯିବା ଆଦି ୭ଦଫା ଦାବୀ ଉଲ୍ଲିଖିତ ରହିଛି । ତେବେ ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ସହିତ ଏହି ଦାବୀ ଗୁଡିକୁ ପୂରଣ ନକଲେ ସଂଗଠନ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅକ୍ତିଆର କରାଯିବା ବୋଲି ବଲାଙ୍ଗିର ସ୍ୱେଛାସେବୀ ସଂଗଠନ ଡାକ୍ତରଖାନା ପ୍ରଶାସନକୁ ଚେତାଇ ଦେଇଛି ।

Leave A Reply

Your email address will not be published.