ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକ କାର୍ଯ୍ୟାଳୟ ଆଗରେ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ଖାଇବା ତେଲ ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଡେଲାଙ୍ଗ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲା । ପ୍ରେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଅତ୍ୟଧିକ କର ଆଦାୟ କରିବା ଯୋଗୁ ରାଜ୍ୟରେ ଏହି ଅବସ୍ଥା ଜାରି ହୋଇଥିବା କଂଗ୍ରେସ ଅଭିଯୋଗ ଆଣିଛି । ମହାମାରୀ କରୋନା ପାଇଁ ୧୭ମାସ ହେବ ଛୋଟ ଠାରୁ ବଡ ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଠିକ୍ ଏତିକି ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଜଣସାଧାରଣଙ୍କ ଉପରେ ବୋଝ ପରେ ବୋଝ ତୈଳ ଓ ଗ୍ୟାସ ଦର ବୃଦ୍ଧି କରି ସାଧାରଣ ଜୀବନ ଯାପନ ଉପରେ ଚଳପ୍ରଚଳରେ ପ୍ରଭାବ ପକାଇଛନ୍ତି ବୋଲି ଡେଲାଙ୍ଗ ଓ ପିପିଲିର କଂଗ୍ରେସର ଦଳର ବିଧାୟକ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ ମହାପାତ୍ର କହିଛନ୍ତି । ଦଳୀୟ କର୍ମୀମାନେ ଏକାଠି ହୋଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା କଂଗ୍ରେସ ଦଳର ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ, ଡେଲାଙ୍ଗ ବ୍ଳକ କଂଗ୍ରେସର ସଭାପତି ରବି ଦାସ, ଯୁବନେତା ବିଶ୍ୱରଞ୍ଜନ ବଳବନ୍ତରାଏ ନିର୍ମଳ ପରିଡା, ଟିକନ ବିଶ୍ୱାଳ, ଜୟମନ୍ୟୁ ସାମନ୍ତରାୟ, ସୌମ୍ୟ ରଞ୍ଜନ ବରାଳ ଓ ରାଜ୍ୟ ମହିଳା ନେତ୍ରୀ ନିରୁପମା ପାତ୍ର ପ୍ରମୁଖ ସାମିଲ ହୋଇଥିବାର ଦେଖାଯାଇଥିଲା । ସେହିପରି ପିପିଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ସଭାପତି ଜିତୁ ପ୍ରକାଶ ପରିଡାଙ୍କ ନେତୃତ୍ୱରେ ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ, ବିଧାୟକ ପ୍ରାର୍ଥୀ ବିଶ୍ୱକେସନ ହରିଚନ୍ଦନ ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ମହାପାତ୍ର, ଗୁଣନିଧି ପ୍ରଧାନ ପ୍ରମୁଖ ଅହେତୁକ ତୈଳଦର ପ୍ରତିବାଦରେ ଧାରଣରେ ବସିଥିଲେ ।