csstore

କରୋନା ଯୋଦ୍ଧା ଭାବେ ସୁନିତା ସାଂସଦଙ୍କ ଦ୍ଵାରା ସମ୍ମାନିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା କାଳରେ ଅନେକ ଲୋକଙ୍କ ଜୀବନ ରକ୍ତ ନ ମିଳିବା ଦ୍ଵାରା ଯାଇଛି ଓ ସମାଜସେବୀ ମାନଙ୍କ ସହଯୋଗ ଦ୍ଵାରା ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚି ପାରିଛି । ତେବେ ଏଭଳି ମୁହୂର୍ତ୍ତରେ ଦିନ ରାତି ଲୋକଙ୍କ ସେବା କରି ଚର୍ଚ୍ଚାରେ ସୁନିତା ଭୋଇ । ସେ କଣ୍ଟାବାଞ୍ଜି ରକ୍ତ ଭଣ୍ଡାରର କର୍ମଚାରୀ ଟେକ୍‌ନିସିଏନ ଭାବରେ କାର୍ଯ୍ୟ ତୁଲାଉଛନ୍ତି । ହେଲେ କରୋନା କାଳରେ ଗୋଟିଏ ଦିନ ମଧ୍ୟ ଛୁଟି ନନେଇ ରୋଗୀଙ୍କୁ ରକ୍ତ ଯୋଗାଡ଼ କରି କଣ୍ଟାବାଞ୍ଜି ମାରାବାଡି ମଞ୍ଚ ପକ୍ଷରୁ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓଙ୍କ ଦ୍ଵାରା କଣ୍ଟାବାଞ୍ଜି ରକ୍ତ ଭଣ୍ଡାରର କର୍ମଚାରୀ ଟେକିନିସିଏନ ସୁନିତା ଭୋଇ କରୋନା ଯୋଦ୍ଧା ଭାବରେ ସମ୍ମାନିତ ହୋଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ଶୁଭେଚ୍ଛାର ସୁଅ ଛୁଟୁଛି ।

jayashree
Leave A Reply

Your email address will not be published.