ବିରମହାରାଜପୁର, (କେପିଏନ୍ଏସ୍) : ବିରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଲୟା ଉଚ୍ଚ ବିଦ୍ୟାଳୟରେ କୋଭିଡ୍ ଗାଇଡଲାଇନ ଅନୁପାଳନ କରି ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ଜୁନିଅର ରେଡକ୍ରସ ପରାମର୍ଶଦାତା ଚନ୍ଦ୍ରମଣି ବାଘଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ସ୍ୱର୍ଣ୍ଣଲତା ବେହେରା ନିମ୍ବ ଗଛ ଲଗାଇ ୭୨ତମ ବନ ମହୋତ୍ସବକୁ ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଜୁନିଅର ରେଡକ୍ରସ କମିଟି ସଦସ୍ୟା ମୀନାକ୍ଷୀ ହୋତା ଯୋଗଦେଇଥିଲେ । ବୃକ୍ଷ ବିନା ମଣିଷ ଜୀବନ ଅସମ୍ଭବ । ବୃକ୍ଷ ଅମ୍ଲଜାନ ଯୋଗାଇ ମଣିଷ ଜୀବନକୁ ସୁରକ୍ଷିତ କରିଥାଏ । କରୋନା ସମୟରେ ଅମ୍ଲଜାନର ଅଭାବରୁ ଆମେ ବୃୃକ୍ଷର ମହତ୍ୱ ବୁଝିପାରିଛେ । ତେଣୁ ବୃକ୍ଷ ହିଁ ଆମର ଦାରୁ ଦେବତା ବୋଲି ଉପସ୍ଥିତ ଥିବା ପ୍ରକୃତିି ପ୍ରେମୀ ମାନେ ମତପ୍ରକାଶ କରିଥିଲେ । ବିଦ୍ୟାଳୟ ପରିସରରେ ନିମ୍ବ, କରଂଜ, ଅଁଳା, ଶାଗୁଆନ ଆଦି ବୃକ୍ଷ ରୋପଣ କରାଯାଇଥିଲା । ଜିଲ୍ଲା ଜୁନିଅର ରେଡକ୍ରସର ଆହ୍ୱାନ କ୍ରମେ ରୋପଣ କରାଯାଇଥିବା ଗୋଟିଏ ନିମ୍ବ ଗଛକୁ ‘ବୋଧିଦୃମ’ ନାମରେ ନାମିତ କରାଯାଇଛିି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷିକା ମଧ୍ୟରେ ଶାମ୍ପା ବିଶ୍ୱାଲ, କଳ୍ପନା ସାହୁ, ସ୍ୱର୍ଣ୍ଣମୟୀ ଶତପଥି, ଯାଜ୍ଞସେନୀ ବେହେରା, ସିଦ୍ଧାର୍ଥ ମିଶ୍ର, ସୁନୀଲ ବରିହା, କର୍ମଚାରୀ ହଳଧର ବାଘ, ରାଜେନ୍ଦ୍ର ବାଦୀ, ଦିବ୍ୟଜ୍ୟୋତି ମାଇତି ପ୍ରମୁଖ ଉପସ୍ଥତ ରହି ସହଯୋଗ କରିଥିଲେ ।
Prev Post
Next Post