ରାଜ୍ୟରେ କୋଭିଡ଼ ସଂକ୍ରମଣ : ଗତ ୨୪ ଘଂଟାରେ ୨୮୭୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶାରୁ ଗତ ୨୪ ଘଂଟା ମଧ୍ୟରେ ୨୮୭୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୬୫୨ କ୍ୱାରେନ୍‌ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୨୧୮ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୯୯, ବାଲେଶ୍ୱରରୁ ୨୪୦, ବରଗଡ଼ରୁ ୧୪, ଭଦ୍ରକରୁ ୧୨୮, ବଲାଙ୍ଗିରରୁ ୨୯, ବୌଦ୍ଧରୁ ୧୩, କଟକରୁ ୪୪୦, ଦେବଗଡ଼ରୁ ୫, ଢେଙ୍କାନାଳରୁ ୮୫, ଗଜପତିରୁ ୭, ଗଂଜାମରୁ ୧୧, ଜଗତସିଂହପୁରରୁ ୧୧୨, ଯାଜପୁରରୁ ୧୯୧, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୨୫, କେନ୍ଦ୍ରାପଡ଼ାରୁ ୧୫୭, କେଉଁଝରରୁ ୬୬, ଖୋର୍ଦ୍ଧାରୁ ୩୮୪, କୋରାପୁଟରୁ ୬୦, ମାଲକାନଗିରିରୁ ୫୭, ମୟୁରଭଂଜରୁ ୧୬୪, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୧୦୫, ନୂଆପଡ଼ାରୁ ୭, ପୁରୀରୁ ୧୬୫, ରାୟଗଡ଼ାରୁ ୫୦, ସମ୍ବଲପୁରରୁ ୨୩, ସୋନପୁରରୁ ୧୦, ସୁନ୍ଦରଗଡ଼ରୁ ୮୭ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୬୦ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ୯୨୧୮୯୬ ଜଣ ସମୁଦାୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୮୭୪୨୦ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ୩୦ ହଜାର ୨୨୭ ଜଣ ଏବେ ଏକ୍‌ଟିଭ୍‌ ପଜିଟିଭ୍‌ ରହିଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.