oom

କଂଟାବାଞ୍ଜିରେ ଡକ୍ଟରର୍ସ ଡେ ପାଳନ

jsmm

କଂଟାବାଞ୍ଜି, (କେପିଏନ୍‌ସ୍‌) : ଡକ୍ଟର ଡେ ଦିବସରେ କଂଟାବାଞ୍ଜିରେ କାର୍ଯ୍ୟରତ ଡାକ୍ତର ମାନଙ୍କୁ ଗୋଲାପ ଫୁଲ ଉପହାର ଦେଇ ଶୁଭେଚ୍ଛା ଜଣାଇଲେ ସ୍ୱେଚ୍ଛାସେବୀ । ଏ ଅବସରରେ କେଭି ମହାବିଦ୍ୟାଳୟର ଅଧ୍ୟାପକ ତଥା ଏନଏସଏସ ଅଧିକାରୀ ଡ. ସଂଜୟ କୁମାର ମିଶ୍ର ଓ ସମାଜସେବୀ କାହ୍ନୁଚରଣ ମିଶ୍ର କଂଟାବାଞ୍ଜିରେ କାର୍ଯ୍ୟରତ ସମସ୍ତ ଡାକ୍ତର ଯଥା ଡାକ୍ତର ଗୋବିନ୍ଦ ଅଗ୍ରୱାଲ, ଡାକ୍ତର ଏସପିଡି ପଣ୍ଡା, ଶାନ୍ତନୁ ରାଉତ, ଡାକ୍ତର ଜ୍ୟୋତି ସାହୁ, ଡାକ୍ତର ସୁଶାନ୍ତ କୁମାର ସାହୁ ଏବଂ ଡାକ୍ତରଖାନାରେ କାର୍ଯ୍ୟରତ ଅନ୍ୟ ଡାକ୍ତରମାନଙ୍କୁ ସାକ୍ଷାତ କରି ଗୋଲାପ ଫୁଲ ଉପହାର ଦେଇ ତାଙ୍କର ମଙ୍ଗଳ ଓ ଦୀର୍ଘ ଜୀବନ କାମନା କରିଥିଲେ । କରୋନା ମହାମାରୀ ସମୟରେ ଡାକ୍ତର ମାନଙ୍କର ପରିଶ୍ରମ ଓ ସାହସିକତାକୁ ଏ ଅବସରରେ ପ୍ରଶଂସା କରାଯାଇଥିଲା । ସମାଜସେବୀଙ୍କ ଉକ୍ତ ଉଦ୍ୟମ ଡାକ୍ତରମାନଙ୍କୁ ଆବେଗ ପ୍ରବଣ କରିଥିଲା, କଂଟାବାଞ୍ଜିରେ ଏହି ଉଦ୍ୟମକୁ ସ୍ୱାଗତ କରାଯାଇଛି ।

jittmm
Leave A Reply

Your email address will not be published.