oom

ରୋଜଗାରକ୍ଷମ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଆର୍ଥିକ ସହଯୋଗ ପାଇଁ ମା’ବାପାଙ୍କ ଆକୁଳ ନିବେଦନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଡ଼କ ଦୁର୍ଘଟଣାରେ ନିଜର ରୋଜଗାରକ୍ଷମ ପୁଅର ଗୋଡ଼ ଭାଙ୍ଗି ଯାଇଥିବା ହେତୁ ତା’ର ଉଚ୍ଚତର ଚିକିତ୍ସା ପାଇଁ ‘ଅର୍ଥ ସାଜିଛି ବାଧକ’ । ଏହିଭଲି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ଖପୁରୀଡିହି ଗ୍ରାମର ଗରୀବ ଆଦିବାସୀ ଭାନୁ ମାଝି ଗତ ନଭେମ୍ବର ମାସ ୨୭ ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ଖେତରୁ ଘରକୁ ଫେରୁଥିବା ସମୟରେ ବିଜୁ ଏକ୍ସପ୍ରେସ ରାସ୍ତାରେ ଚାଲିଚାଲି ଆସୁଥିବା ବେଳେ ଏକ ବାଇକ୍ ଆରୋହୀ ର୍ଦୁଘଟଣା ଘଟାଇ ଫେରାର ହୋଇଯାଇଥିଲା । ର୍ଦୁଘଟଣାରେ ଭାନୁ ମାଝିଙ୍କ ଗୋଡ଼ ଭାଙ୍ଗି ଯାଇ ଖଣ୍ଡ ଖଣ୍ଡ ହୋଇଥିଲା । ଚିକିତ୍ସା ପାଇଁ ତୁରନ୍ତ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା ଓପରେ ବୁର୍ଲା ଭୀମ ଭୋଇ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନେଇଥିଲେ । ତାଙ୍କ ପୁଅର ଗୋଡ଼ ଅପରେସନ ପାଇଁ ଅର୍ଥ ଦରକାର ହେତୁ ଅପରେସନ କରି ନପାରି ଘରକୁ ଫେରାଇ ଆଣିଥିଲେ । ଅର୍ଥ ଅଭାବ ହେତୁ ପ୍ରାୟ ଛଅ ମାସ ହେବ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି ଭାନୁ । ଭାନୁ ଜଣେ ପରିବାରର ରୋଜଗାରକ୍ଷମ ହୋଇଥିବାରୁ ତାଙ୍କ ୬୦ ବର୍ଷ ବୃଦ୍ଧାମା’ ବାପା ପ୍ରାପ୍ତ ବୟସରେ ମୋ ଉପରେ ଭରଷା ରଖିଥିଲେ ଓ ମୁଁ ବାହାରେ କାମକରି ପରିବାର ପୋଷଣ କରୁଥିଲି ବୋଲି କାନ୍ଦି କାନ୍ଦି ଭାନୁ କହିଛନ୍ତି । ବର୍ତ୍ତମାନ ଭାନୁ ଶଯ୍ୟାଶାୟୀ ଅବସ୍ଥା ପଡିରହିଥିବା ହେତୁ ଓଲିଏ ଖାଇ ଓଲିଏ ଭୋକ ଉପାସରେ ଜୀବନ ବିତାଉଛନ୍ତି । ଭାନୁ ନିଜେ ଧାର କରଜ କରି ଚିକିତ୍ସା ହୋଇଥିଲେ । ଅଧିକ ଟଙ୍କା ଦରକାର ହେତୁ ତାଙ୍କର ଗୋଡ଼ ଅପରେସନ ପାଇଁ ଅର୍ଥ ସାଜିଛି ବାଧକ । ତାଙ୍କର ଗୋଡ଼ ଅପରେସନ ପାଇଁ କେହି ସହୃଦୟ ବ୍ୟକ୍ତି ବିଶେଷଙ୍କ ସହ ଯେକୌଣସି ସ୍ବେଛାସେବୀ ସଂଗଠନ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆକୁଳ ନିବେଦନ କରିଛନ୍ତି । ଗରିବ ଆଦିବାସୀ ଭାନୁଙ୍କ ଚିକିତ୍ସା ପାଇଁ ପ୍ରଶାସନ ଦୃଷ୍ଟି ଦେଇ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.