ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଉପକଣ୍ଠରେ ରହିଥିବା ଛତ୍ରପୁର ଓ ଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ଏକ ରକ୍ତଦାନ ଶିବିର ବାଟାଲିୟନ ପରିସର ନୂତନ ମେଡିକେଲ ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ ୧୦୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ପ୍ରାରମ୍ଭରେ କମାଣ୍ଡେଣ୍ଟ ସୂର୍ଯ୍ୟନାରାୟଣ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରର ଶୁଭ ଉଦଘାଟନ କରିଥିଲେ । ଡେପୁଟି କମାଣ୍ଡେଣ୍ଟ ସୁନୀଲ କୁମାର ବେହେରା,ଏସସି ଅରୁଣ କୁମାର ପ୍ରଧାନ, ଜ୍ୟୋତି ରଞ୍ଜନ ନାୟକ ପ୍ରମୁଖଙ୍କ ସହ ସମସ୍ତ ଅଫିସର ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବାଟାଲିୟନ ହାବିଲଦାର ଓ ସିପାହୀ ଶାଖା ସଂଘ ସଭାପତି ପ୍ରଭାକର ବେହେରା, ସମ୍ପାଦକ ନୀଳାଦ୍ରି ନାୟକ, ଅଜିତ କୁମାର ରଥ, ସୁଜିତ କୁମାର ବେହେରା, ସୁକାନ୍ତ କୁମାର ପଣ୍ଡା ପ୍ରମୁଖଙ୍କ ସମେତ ହାବିଲଦାର ଓ ସିପାହୀ ବୃନ୍ଦ ଉକ୍ତ ଶିବିରର ସୁପରିଚାଳନା କରିଥିଲେ । ପ୍ରଦୀପ କୁମାର ସୁବୁଦ୍ଧି, ସୁଶାନ୍ତ କୁମାର ପାଣିଗ୍ରାହୀ, ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ଲକ୍ଷ୍ମଣ ବେହେରା, ଡମ୍ବରୁ ବାହାଦୂର କାର୍କୀ ପ୍ରମୁଖ ବ୍ରହ୍ମପୁର ଏମ୍କେସିଜି ମେଡିକାଲ ରକ୍ତ ଭଣ୍ଡାର କର୍ମଚାରୀ ବୃନ୍ଦ ରକ୍ତଦାତା ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।