ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ : ମାଟ୍ରିକରେ ଏ ବର୍ଷ ପାସ୍ ହାର ୯୭.୮୯%

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଲା । ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପୁସ୍ତିକାକୁ କଟକ ବୋର୍ଡ ଅଫିସରେ ଉନ୍ମୋଚନ କରିଛନ୍ତି । କରୋନା ଯୋଗୁଁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ମାଟ୍ରିକରେ ଏ ବର୍ଷ ପାସ୍ ହାର ୯୭.୮୯% ରହିଛି । ମୋଟ ୫, ୭୪, ୧୨୫ ପିଲାଙ୍କ ମଧ୍ୟରୁ ୫, ୬୨, ୦୧୦ ପାସ୍ ହୋଇଛନ୍ତି । ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ଜଣାପଡିଛି । ୪୪୧୨ ପିଲା ଅନୁପସ୍ଥିତ ରହିଥିବା ବେଳେ ୨୨୫୬ ପିଲାଙ୍କ ମାର୍କ ଦେଇନି ସ୍କୁଲ କର୍ତ୍ତୃପକ୍ଷ । A1ଗ୍ରେଡରେ -୨୬୫୬, A2ରେ- ୨୨, ୧୩୧, B1ରେ- ୫୨, ୧୯୯, B2 ଗ୍ରେଡରେ ୯୪, ୪୭୫ ପିଲା ପାସ୍ କରିଛନ୍ତି । ୫୯୪୫ ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି । ତେବେ ଏକ୍ସରେଗୁଲାରରେ ୫୩,୨୭୯ ଛାତ୍ର-ଛାତ୍ରୀଙ୍କ ମଧ୍ୟରୁ ୪୭,୦୬୦ ପାସ୍ ହୋଇଛନ୍ତି । ଏକ୍ସରେଗୁଲାରରେ ପାସ୍ ହାର ୮୮.୩୦ ପ୍ରତିଶତ ରହିଛି । ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ ବୋଲି ପ୍ରେସମିଟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

Leave A Reply

Your email address will not be published.