csstore

ମହାତ୍ମା ଗାନ୍ଧୀ ନିଯୁକ୍ତି ଯୋଜନାରେ ଆମ୍ବଚାଷ କରିବା ପାଇଁ ପ୍ରସ୍ତୁତି ବୈଠକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ କରମତଲାର ଦାବଯୋର ଗ୍ରାମରେ ଉଦ୍ୟାନ ବିଭାଗ ପକ୍ଷରୁ ଆମ୍ବଚାଷୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ଅନୁଷ୍ଠିତ ହୋଇଯାଇଥିଲା । ଉକ୍ତ ବୈଠକ ଅନୁଷ୍ଠିତ ସଭାରେ ଟିକ୍ରାପଡ଼ା ମଣ୍ଡଳର ଜିଲ୍ଲା ପରିଷଦ ସଦସ୍ୟା କଳ୍ପନା ଚୌହାନଙ୍କ ସଭାପତିତ୍ବ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଉଦ୍ୟାନ ବିଭାଗ କ୍ଷେତ୍ର ପରିଦର୍ଶନ ଅଧିକାରୀ ଶଶାଙ୍କ ଶେଖର ମିଶ୍ର ଚାଷୀମାନଙ୍କୁ ଆମ୍ବଚାଷ କିଭଳି ଉନ୍ନତି ହେବ ତାହାକୁ ନେଇ ଚାଷୀମାନଙ୍କୁ ବୁଝାଇ ଥିଲେ । ଏଥିରେ ୱାର୍ଡ ସଭ୍ୟା ଦୃପତୀ ସେଠ୍, ନିତ୍ୟାନନ୍ଦ ଜାନୀ, ସୁକ୍ରୁ କୁମ୍ଭାର ସମେତ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.