ପଦ୍ମପୁରରେ କରୋନା ସଚେତନତା ରାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ କରୋନା ଭୁତାଣୁର ଦ୍ୱିତୀୟ ଲହର ହୁ ହୁ ହୋଇ ବଢ଼ିବାରେ ଲାଗିଛି ଏନେଇ ରାଜ୍ୟ ସରକାର ଲକଡାଉନ ସଟଡାଉନ୍‌ ଘୋଷଣା କରିଛନ୍ତି । ଏନେଇ ଆଜି ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦରେ ଆଶା ଦିଦି ଗୀତାଞ୍ଜଳି ବନଛୋରଙ୍କ ନେତୃତ୍ୱରେ ଆଜି ପଦ୍ମପୁରର ୱାର୍ଡ ନମ୍ବର ୧, ୮, ୯, ୧୦, ୧୧ରେ କରୋନା ସଚେତନ କରାଯାଇଥିଲା । ଅତିଜରୁରୀ କାମ ନ ହେଲେ ଘରୁ ବାହାରିବ ନାହିଁ, ସବୁବେଳେ ସାବୁନରେ ହାତ ଧୁଅନ୍ତୁ ବୋଲି ଲୋକଙ୍କୁ ସଚେତନ କରାଯାଇଥିଲା ଓ ଗୀତ ମାଧ୍ୟମରେ ମଧ୍ୟ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ ପ୍ରଭାତୀ ମିଶ୍ର, ଚନ୍ଦ୍ରିକା ନାୟକ, ସଂଯୁକ୍ତା ମେହେର, ସଂଯୁକ୍ତା ମହାନନ୍ଦ, ରଂଜୁ ଠେଟୁଆ, ଧୁକି ବରିହା, କାନ୍ତି ବରିହା, ଲଳିତା ରଣା, ସବିତା ମେହେର, ସବିତା ସାହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.