oom

କୁମ୍ଭାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡିଶାରେ ମଞ୍ଚ ନାଟକର ସୃଷ୍ଟିକର୍ତ୍ତା ଭାଷା, ଲୋକକଳା ସଂସ୍କୃତି, ଶବ୍ଦନୃତ୍ୟ, ସମ୍ବଲପୁରୀ ଲୋକନୃତ୍ୟର ପ୍ରଚାରକ, ଲୋକମହୋତ୍ସବର ଜନକ, କୋଶଳ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ୯୧ତମ ଜୟନ୍ତୀ ତାଙ୍କ ଜନ୍ମସ୍ଥାନ କୁମ୍ଭାରୀଠାରେ ପାଳିତ ହୋଇଯାଇଛି । ଏହି ଅବସରରେ କୁମ୍ଭାରୀ ଗ୍ରାମପଞ୍ଚାୟତ ସମ୍ମିଳନୀ କକ୍ଷରେ କେଦାର ମିଶ୍ରଙ୍କ ସଭାପତିତ୍ବରେ ଜିଲ୍ଲା ସ୍ମୃତି କମିଟୀ ସଂପାଦକ ପ୍ରଦୀପ ଦେବତା, ଭାଗବତ ପଧାନ, ଯୁଗଳ ପ୍ରସାଦ ସିଂ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତେଜୁରୁ ବାରିକ, ଦଧିବାମନ ଶତପଥୀ, ଦାମୋଦର ରାଉତ, ଶିବାନନ୍ଦ ମଟାରୀ, ଉଦ୍ଧବ ବେହେରା, ଲୁଲୁରବୀନ ଦାସ, ତୁଳସୀଚରଣ ଦାଶ, ଭୂବନ ଭୋଇ, ବସୁଦେବ ପଧାନ, ସେବାନନ୍ଦ ନାଏକ, ଗଦାଧର ବରିହା, ଆଦି ଗୁରୁ ଭଗବାନ ସାହୁଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭାରେ ଗୁରୁ ଭଗବାନ ସାହୁଙ୍କ ନାମରେ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଓ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ଗୁରୁ ଭଗବାନ ସାହୁଙ୍କ ନାମରେ ଏକ ଶ୍ରେଣୀ କକ୍ଷ ନାମିତ କରିବାକୁ ମତପ୍ରକାଶ ପାଇଥିଲା । ଶବ୍ଦନୃତ୍ୟର ଶାସ୍ତ୍ରୀୟ ମାନ୍ୟତା ପାଇଁ ଜିଲ୍ଲା ସ୍ମୃତି କମିଟୀ ପକ୍ଷରୁ ରାଜ୍ୟ ସଂସ୍କୃତି ବିଭାଗଠାରେ ଦାବୀ ଉପସ୍ଥାପନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏହା ପୂର୍ବରୁ ଗୁରୁ ଭଗବାନ ସାହୁଙ୍କ ସମାଧି ପୀଠ ଏବଂ ଗ୍ରାମରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସୀତାରାମ ସାହୁ, ଗୋପବନ୍ଧୁ ସାହୁ, ଧିରେନ ସାହୁ, ଲୋକପାଲ ପଟେଲ, କେତନ ସାହୁ, ଗତିକୃଷ୍ଣ ପଧାନ, ପବିତ୍ର ସାହୁ, ସୁରେଶ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ରବି କରତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.